#Breaking News #Uncategorized

କାଠ ଚୋର ଙ୍କୁ ଧରିବାରେ ଜଙ୍ଗଲ ବିଭାଗ ବିଫଳ


ନରସିଂହପୁର (ଉ ଲା ପ୍ର)

ନରସିଂହପୁର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ଫରେଷ୍ଟ ରେଞ୍ଜ ରୁ କ୍ରମାଗତ ମୂଲ୍ୟବାନ ଶାଳ, ପିଆଶାଳ ଓ ଶାଗୁଆନ ଚୋରି ହେବାରେ ଲାଗିଛି ।ନିକଟରେ ଇନ୍ଦ୍ରଭୁବନ ତଳୁ ଜଣଙ୍କ ଘରୋଇ ବଗିଚାରୁ ୧୦ଟି ମୂଲ୍ୟବାନ ଗଛ ରାତି ଅଧରେ ମେସିନ ଯୋଗେ କାଟି ଚୋରି କରି ନେଇଛନ୍ତି ।ଏହି ଜାଗାଟି ନରସିଂହପୁର ଫରେଷ୍ଟ ଅଫିସ ଠାରୁ ମାତ୍ର ୫୦୦ମିଟର ଦୂରରେ ଅବସ୍ଥିତ । ପୂର୍ବାଞ୍ଚଳ ଓ ପଶ୍ଚିମ ରେଞ୍ଜରେ ସ୍ଥାନୀୟ କର୍ମଚାରୀ ଥିବାରୁ ସେମାନଙ୍କ ଠାରୁ ଆଗୁଆ ସୂଚନା ମିଳିଯିବାରୁ କାଠ ଚୋର ମାନେ ଲୁଚି ଯାଉଛନ୍ତି ।ଏହି ଦିଗରେ ଡ଼ିଏଫ ଓ ଅଧିକ ତଦନ୍ତ କଲେ ଜଙ୍ଗଲ ସୁରକ୍ଷା ହେଇପାରିବ ।

Leave a comment

Your email address will not be published. Required fields are marked *