#Breaking News

ଟିକାବାଲି ଉତ୍କଳ କରାଟେ ସ୍କୁଲ ର ବେଲ୍ଟ ଗ୍ରେଡିଂ ଟେଷ୍ଟ


ଫୁଲବାଣୀ- (ସୁନୀଲ ପଟନାୟକ) ଉତ୍କଳ କରାଟେ ସ୍କୁଲ କନ୍ଧମାଳ ପକ୍ଷରୁ ଟିକାବାଲି ସ୍ଥିତ କୁଇ ସମାଜ ଗୃହରେ ବେଲ୍ଟ ଗ୍ରେଡ଼ିଂ ଟେଷ୍ଟ ପାଇଁ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ପ୍ରତିଯୋଗିତାରେ ମୋଟ ୬୧ ଜଣ ଭାଗ ନେଇଥିବା ବେଳେ ସଫଳତାର ସହ ସମସ୍ତ ପ୍ରତିଯୋଗୀ କିଟ, କମାତେ ଏପରି ସମସ୍ତ ଅନ୍ୟାନ୍ୟ କରାଟେ ର ବିଭିନ୍ନ କୌଶଳ ଓ ବିଦ୍ୟା ପ୍ରଦର୍ଶନ କରିଥିଲେ।କନ୍ଧମାଳ ଜିଲ୍ଲା ମୁଖ୍ୟ କରାଟେ ପ୍ରଶିକ୍ଷକ ଜୁନସ୍ ଦିଗାଲ,ସହ ସମ୍ପାଦକ ନରେନ୍ଦ୍ର ଦିଗାଲ ବ୍ଲାକ ବେଲ୍ଟ , ସୁଧାଂଶୁ ବାରିକ ବ୍ଲାକ ବେଲ୍ଟ , ଆକାଶ କୁମାର ନାୟକ ବ୍ଲାକ ବେଲ୍ଟ , ବଇ ଲୋଚନ ମଲିକ ବ୍ଲାକ ବେଲ୍ଟ, ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *