#Breaking News #Uncategorized

ବିଶ୍ଵ ପରିବେଶ ଦିବସ ଅବସରରେ ଜଙ୍ଗଲ ବିଭାଗର ବୃକ୍ଷରୋପଣ କାର୍ଯ୍ୟକ୍ରମ


ଫୁଲବାଣୀ- (ସୁନୀଲ ପଟନାୟକ)
ଆଜି ବିଶ୍ଵ ପରିବେଶ ଦିବସ । ଏହି ଅବସରରେ ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ପକ୍ଷରୁ ଡିଏଫ ଓ ଲକ୍ଷ୍ମୀନାରାୟଣ ବେହେରାଙ୍କ ନିର୍ଦ୍ଦେଶରେ ସମସ୍ତ ରେ ଜଂ
ଅଧୀନରେ ପରିବେଶ ସୁରକ୍ଷ। ସଂପର୍କରେ ସଚେତନ କରିବା ସହ ବୃକ୍ଷରୋପଣ କରାଯିବା ସହ ସମସ୍ତେ ଗଛ ଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।
ଏହି ଅବସରରେ ରାଇକିଆ ବନବିଭାଗରେ ଜଂପକ୍ଷରୁ ବିଜୟ ହାଇସ୍କୁଲ ପରିସରରେ ରେ ଜଂ ଅଫିସର ସୁନୀଲ ସାହୁଙ୍କ ନେତୃତ୍ଵରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମିତି ସଭ୍ୟା ମିନି ନାଏକ, ସରପଞ୍ଚ ଓ ବ୍ଲକସ୍ତରୀୟ ଅଧିକାରୀ ଓ ସ୍ୱେଛାସେବୀ ସଂଗଠନ ଓ ପ୍ରକୃତି ପ୍ରେମୀମାନେ ଯୋଗଦେଇ ବୃକ୍ଷରୋପଣ କରିବା ସହ ଲୋକଙ୍କୁ ସଚେତନ କରିଥିଲେ । କୋଭିଡ଼ ଗାଇଡ଼ଲାଇନ ପାଳନ କରି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସେହିପରି ଟିକା ବାଲି, ଫିରିଙ୍ଗିଆ, ସୁଡ୍ରୁ କୁମ୍ଫା, ଫୁଲ ବାଣୀ, ଜିଉଦୟଗିରି ଆଦି ସମସ୍ତ ରେ ଜଂ ଅଞ୍ଚଳରେ ସରକାରଙ୍କକୋଭିଡ ଗାଇଡ଼ଲାଇନ ମାନି ଶନିବାର ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଛି।
ସେହିପରି ବାଲିଗୁଡ଼ା ବନ ବିଭାଗ , ଡିଭିଜନ ଅଧିନ ବିଭିନ୍ନ ରେ ଜଂରେ ଆଜି ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଥିଲା।

Leave a comment

Your email address will not be published. Required fields are marked *