#Vastu & Astrology

ଆଜିର ରାଶିଫଳ

ଅଦ୍ୟ ଡିସେମ୍ବର ୦୬ ତାରିଖ ୨୦୨୦ ମସିହା(ରବିବାର)
ଶକାବ୍ଦ -୧୯୪୨
ସମ୍ବତ -୨୦୭୭
ସାଲ-୧୪୨୮
ସମ୍ବତ୍ସର -ଆନନ୍ଦୋ
ମାର୍ଗଶୀର-କୃଷ୍ଣପକ୍ଷ
ତିଥି-ଷଷ୍ଠୀ ରାତ୍ରି ଘ୦୭/୩୭ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ନକ୍ଷତ୍ର-ଅଶ୍ଳେଷା ଦିବା ଘ୦୩/୧୫ ପର୍ଯ୍ୟନ୍ତ ତଦନ୍ତେ ମଘା ଚନ୍ଦ୍ର- କର୍କଟ ଦିବା ଘ୦୩/୧୫ ପର୍ଯ୍ୟନ୍ତ ତଦନ୍ତେ ସିଂହ
ଯୋଗ-ଇନ୍ଦ୍ର
କରଣ-ଗର
ସୌରମାସ – ବିଛା ୨୧ ଦିନ
✧═════•❁❀❁•═════✧
ସୁର୍ୟୋଦୟ -ପ୍ରାତଃ ଘ୦୬/୧୧/୪୩
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୦୯
✧═════•❁❀❁•═════✧
ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୩୭ ପର୍ଯ୍ୟନ୍ତ ତଦନ୍ତେ ବୟବ୍ୟେ
କର୍କଟ ଓ ମକର ରାଶି ର ଘାତଚନ୍ଦ୍ର
ମେଷ ରାଶି ର ଘାତବାର
ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ✧═════•❁❀❁•═════✧
କାଳବେଳା ଓ ବାରବେଳା – ଦିବା ଘ୧୦/୧୪ ଗତେ ଘ୧୨/୫୭ ମଧ୍ୟେ
✧═════•❁❀❁•═════*
ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୩୫ ଗତେ ଘ ୦୮/୫୬ ମଧ୍ୟେ ଓ ରାତ୍ରି ଘ ୦୮/୨୧ଗତେ ଘ୧୧/୪୦ ମଧ୍ୟେ
ବିଶୁଦ୍ଧ ମହେନ୍ଦ୍ରବେଳା- ଦିବା ଘ୦୮/୫୫ ଗତେ ଘ ୧୦/୧୩ ମଧ୍ୟେ ଓ ଘ୧୨/୫୮ ଗତେ ଘ୦୨/୧୬ ମଧ୍ୟେ
✧═════•❁❀❁•═════✧
ଅଦ୍ୟ ନିମ୍ବ ରାତ୍ରି ଘ୦୭/୩୭ ଗତେ ତାଳ ଭକ୍ଷଣ ନିଷେଧ
ମେଷ:👉 ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।
✧═════•❁❀❁•═════✧
ବୃଷ: 👉ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
✧═════•❁❀❁•═════✧
ମିଥୁନ: 👉ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
✧═════•❁❀❁•═════✧
କର୍କଟ:👉 ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
✧═════•❁❀❁•═════✧
ସି˚ହ: 👉ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
✧═════•❁❀❁•═════✧
କନ୍ୟା:👉 ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
✧═════•❁❀❁•═════✧
ତୁଳା:👉 ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
✧═════•❁❀❁•═════✧
ବିଛା:👉 ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
✧═════•❁❀❁•═════✧
ଧନୁ:👉 ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
✧═════•❁❀❁•═════✧
ମକର:👉 ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ
✧═════•❁❀❁•═════✧
କୁମ୍ଭ:👉 ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
✧═════•❁❀❁•═════✧
ମୀନ:👉 ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।
✧═════•❁❀❁•═════✧

1 Comment

  1. erotik
    17th Feb 2021 Reply

    Have you ever considered about including a little bit more than just your articles? I mean, what you say is fundamental and everything. However think about if you added some great graphics or videos to give your posts more, “pop”! Your content is excellent but with images and video clips, this website could certainly be one of the most beneficial in its field. Good blog! Christie Bob Uriah

Leave a comment

Your email address will not be published. Required fields are marked *