#Breaking News

ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

ଫୁଲବାଣୀ -(ସୁନୀଲ ପଟନାୟକ ) କନ୍ଧମାଳ ଜ଼ିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲ ଘୋଷଣା କରିବା ପରେ ଜୋର୍ ସୋର ଭାବେ ସ୍କୁଲ ନିର୍ମାଣ କାର୍ଯ୍ୟ ଚାଲିଛି ।ଏହି ପରିପ୍ରେକ୍ଷୀରେ ଆଜି ଗୁରୁବାର ଦିନ ବଲସକୁମ୍ପା ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ କୁ କନ୍ଧମାଳ ଜିଲ୍ଲାପାଳ ଡଃ ବୃନ୍ଦା ଡି ବୁଲି ଦେଖିଛନ୍ତି ।କାର୍ଯ୍ୟ କିପରି ଭାବେ କରାଯାଉଛି ? କାର୍ଯ୍ୟର ମାନ ଠିକ୍ ରହୁଛି କି ନାହିଁ ? ତାହା ବୁଲି ଦେଖିବା ସହ ଯନ୍ତ୍ରୀ ଓ ଵି ଡି ଓ ଙ୍କ ସହ ଆଲୋଚନା କରି ଥିଲେ l ଏଥିସହ ସ୍କୁଲ ନିର୍ମାଣ କାର୍ଯ୍ୟ ଯେପରି ଯଥା ଶୀଘ୍ର ଶେଷ ହେବସେଥିପ୍ରତି ଦ୍ରୁଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଜିଲ୍ଲାପାଳଙ୍କ ପରିଦର୍ଶନ ବେଳେ ବିଡ଼ିଓ ରବୀନ୍ଦ୍ରନାଥ କହଁର, କନିଷ୍ଠ ଯନ୍ତ୍ରୀ ରବିନାରାୟଣ ଲେଙ୍କା,ସ୍କୁଲ ସଭାପତି ପ୍ରଫୁଲ୍ଲ ବେହେରା,କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେl

Leave a comment

Your email address will not be published. Required fields are marked *