#Uncategorized

ଚାଷୀଙ୍କୁ ମିଳୁନି ପାଣି, ଉଠାଜଳ ସେଚନ ପ୍ରକଳ୍ପ କାହା ସ୍ବାର୍ଥରେ ??


ବାଲିଗୁଡା,(ଉଲାପ୍ର): ଚାଷ ଓ ଚାଷୀର ଉନ୍ନତି ପାଇଁ ସରକାର କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି l ଚାଷ ଜମିକୁ ଖରିଫ ଓ ରବିଋତୁରେ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ଉଠା ଜଳ ସେଚନ ପ୍ରକଳ୍ପ ମାନ ନିର୍ମାଣ କରିଛନ୍ତି l ଜ଼ିଲ୍ଲାର ଓ ବାଲିଗୁଡା ଉପଖଣ୍ଡ ର ଅନେକ ଉଠା ଜଳ ସେଚନ ପ୍ରକଳ୍ପ ଅଚଳ ହୋଇପଡିଥିବା ବେଳେ ଆଉ କେଉଁଠି ଆଦୌ ବ୍ୟବହାର ନ କରିବି ଚାଷୀଙ୍କୁ ହଜାର ହଜାର ଟଙ୍କାର ବିଜୁଳି ବିଲ ଆସୁଛି l ଅନେକ ପ୍ରକଳ୍ପ ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି l ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତର ଜୁନାଗାଁ ରେ 2018 ମସିହାରେ 11ଲକ୍ଷ 60 ହଜାର 934 ଟଙ୍କା ବ୍ୟୟ ଅଟକଳ ରେ ଏକ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିଲା କିନ୍ତୁ ନିର୍ମାଣର ଦୁଇ ବର୍ଷ ପରେ ମଧ୍ୟ ଚାଷୀଙ୍କୁ ପାଣି ମିଳିନଥିବା ଅଭିଯୋଗ ହେଉଛି lମାଁ ଗାୟତ୍ରୀ ପାଣି ପଂଚାୟତ ଗଠନ ହୋଇଛି l ଏନେଇ ଉକ୍ତ ଖବର ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଯନ୍ତ୍ରୀ ପହଂଚି ତରବରିଆ ଭାବେ ମେସିନ ମରାମତି କରିବା ସହିତ ପ୍ରକଳ୍ପ ଫଳକରେ ପୂର୍ଵରୁ ଲେଖାଯାଇନଥିବା କାର୍ଯ୍ୟଶେଷ ତାରିଖ ଟି ଲେଖିଥିବା ଦେଖିବାକୁ ମିଳିଛି ଏବଂ କିଛି ଚାଷୀଙ୍କୁ ଡାକି ଦଶ ମିନିଟ ପାଇଁ ମେସିନ ଚାଲୁ କରି ଫୋଟ ଉଠାଇ ଦୋଷ ଲୁଚାଇବାକୁ ଚେଷ୍ଟା କରିଛି l ଘଟଣା ସ୍ଥଳରେ ପହଂଚି ଚାଷୀଙ୍କୁ ଭେଟି ସ୍ଥିତି ପରଖିଥିଲେ , ବାସ୍ତବରେ ଦୁଇ ବର୍ଷ ଭିତରେ ଚାଷୀଙ୍କ ଜମିକୁ ଆଦୌ ପାଣି ମାଡିନଥିବା ଜାଣିବାକୁ ପାଇଥିଲେ l ଚାଷୀଙ୍କ ଅଭିଯୋଗ ପ୍ରକାରେ ଯେଉଁ ସ୍ଥାନରେ ପ୍ରକଳ୍ପ ନିର୍ମାଣ କରାଯାଇଛି ସେଠାରେ ପାଣି ହିଁ ନାହିଁ ବିଭାଗୀୟ ଅଧିକାରୀ ମନମାନି କରି ଭୁଲ ସ୍ଥାନରେ ପ୍ରକଳ୍ପ ନିର୍ମାଣକରିଥିବାରୁ ଚାଷୀଙ୍କ ଜମିକୁ କେବେବି ପାଣି ମାଡ଼ିବ ନାହିଁ l ଜ଼ିଲ୍ଲା ପ୍ରଶାସନ ବାସ୍ତବ କଥା ଜାଣନ୍ତୁ ଏବଂ ଘଟଣା ସ୍ଥଳରେ ପହଂଚି ସରଜମିନ ତଦନ୍ତ କରନ୍ତୁ ତଦନ୍ତ ଏବଂ ଚାଷୀଙ୍କ ସମସ୍ୟାର ସମାଧାନ କରିବା ଆବଶ୍ୟକ ବୋଲି ପୂର୍ଵତନ ବାଲିଗୁଡା ବ୍ଲକ ଅଧକ୍ଷ ରବିଚନ୍ଦ୍ର ପାଳ କହିଛନ୍ତି l ଏହି ପ୍ରକଳ୍ପ ଟି ନଷ୍ଟ ହେବ ସିନା ଚାଷୀକେବେ ବି ଉପକୃତ ହେବେନାହିଁ । ଚାଷୀଙ୍କ ହିତ ଦୃଷ୍ଟିରୁ ଉକ୍ତ ପ୍ରକଳ୍ପ ଟି କ୍ରାସିଡ୍ରାଘା କୁ ଘୁଞ୍ଚାଗଲେ ଜମିକୁ ପାଣି ମାଡ଼ିବ ବୋଲି ଚାଷୀ ନରସିଂହ ମଳିକ, ବାଳକୃଷ୍ଣ ରଣା,ସୁରେନ୍ଦ୍ର ରଣା,ବଂଶୀଧର ଦଣ୍ଡିଆ ପ୍ରମୁଖ କହିଛନ୍ତି l ତୁରନ୍ତ ଚାଷୀ ର ସମସ୍ୟାର ସମାଧାନ କରିବା ସହିତ ଦୋଷ ଲୁଚାଉଥିବା ଯନ୍ତ୍ରୀ ଓ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଜ଼ିଲ୍ଲାପାଳ ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ନେବାକୁ ମିଳିତ ନାଗରିକ କମିଟିର ସଭାପତି ଡ଼ଃ ଅରୂପ ଜେନା ଓ ବରିଷ୍ଠ ଭା ଜ ପା ନେତା କମଳା କାନ୍ତ ପାଣ୍ଡେ ପ୍ରମୁଖ ଦାବୀ କରିଛନ୍ତି l ସାଧାରଣ ରେ ଆଲୋଚନା ହେଉଛି ଯେ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ , ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଏସି କାର୍ ରେ ନ ବୁଲି , ମଦ ମାଂସ ତ୍ୟାଗ କରି ଲୋକ ଙ୍କ ହିତ ସାଧନ କଲେ ଲୋକେ ଉପକୃତ ହେବେ । ନହେଲେ ସରକାରୀ କା ମାଲ୍ ଦରିଆ ମେ ଡାଲ୍ ଭଳି ଶେଷରେ ଭିଜିଲାନ୍ସ ବିଭାଗ ର ତଦନ୍ତ ର ସମୁଖୀନ ହେବେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *