#Breaking News #District

ମଙ୍ଗଳପୁର ଗ୍ରାମ ରେ ରଜ ମହୋତ୍ସବ

ଢେଙ୍କାନାଳ ମଙ୍ଗଳପୁର ଗ୍ରାମ ରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଆଜି ରଜ ସଂକ୍ରାନ୍ତି ତଥା ଦ୍ବିତୀୟ ରଜ । ମଙ୍ଗଳପୁର ଗ୍ରାମ ଝିଅ ଓ ମହିଳା ମାନେ ବହୁ ଆନନ୍ଦ ଉଲ୍ଲାସ ରେ ପାଳୁଛନ୍ତି ରଜ ଉତ୍ସବ। ତିନିଦିନ ପର୍ଯ୍ୟନ୍ତ ଝିଅବୋହୁମାନେ ଅଳତା ଲଗାଇ, ମୁଣ୍ଡ କୁଣ୍ଡାଇ ସଜହୋଇ ପିଠା ମିଠା ପାନ ଖାଇବା ସହିତ ଦୋଳି ଖେଳିଥାନ୍ତି । ଏହି ପରମ୍ପରାକୁ ସମସ୍ତେ ପାଳନ କରିବା ପାଇଁ ନିଆରା ଢଙ୍ଗରେ ପ୍ରୟାସ କରିଛନ୍ତି ମଙ୍ଗଳପୁର ଗ୍ରାମ ଝିଅବୋହୁମାନେl ଗ୍ରାମ ର ବିଭିନ୍ନ ସ୍ଥାନରେ ଦୋଳି ଖେଳ ,ପୁଚିଖେଳ ଓ ବିଭିନ୍ନ ପ୍ରକାରର ପିଠା ଖୁଆଖୁଇ ହେଉଥିବା ର ଦୃଶ୍ୟ ଦେଖିବାକୁ ମିଳିଛି

Leave a comment

Your email address will not be published. Required fields are marked *