#Breaking News

ଆଠଗଡ ହାଉସିଂ ବୋର୍ଡ ଠାରେ ନିଶୁଳ୍କ ଅଖଣ୍ଡ ଶାନ୍ତି ଜ୍ଞାନ ଶିବିର ଆୟୋଜିତ


ଆଠଗଡ(ଉଲାପ୍ର)ଆଠଗଡ ହାଉସିଂ ବୋର୍ଡ ଠାରେ ନିଶୁଳ୍କ ଅଖଣ୍ଡ ଶାନ୍ତି ଜ୍ଞାନ ଯଜ୍ଞ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ବେଦାନ୍ତ କେଶରୀ ସ୍ୱାମୀ ନିରଞ୍ଜନି ମହାରାଜ ଯୋଗଦେଇ ଭକ୍ତମାନଙ୍କ ଉଦେଶ୍ୟରେ ନିଶୁଳ୍କ ପ୍ରବଚନ ପ୍ରଦାନ କରୁଛନ୍ତି।ପ୍ରତେକ ଦିନ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏହି ପ୍ରବଚନ ଅନୁଷ୍ଠିତ ହେଉଛି।ଗୀତା, ବେଦାନ୍ତ,ଉପନିଷଦ ର ତତ୍ୱ କୁ ବୈଜ୍ଞାନିକ ପଦ୍ଧତିରେ ବିସ୍ଲେସଣ କରାଯାଉଛି।ନଭେମ୍ବର ୨୮ ତାରିଖ ଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ବାହାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଡିସେମ୍ବର ୬ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଗୃହ ଭିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ଆଠଗଡ ବେଦାନ୍ତ ସମିତିର ପରିଚାଳକ ପ୍ରମୋଦ କୁମାର ବାରିକ ପ୍ରକାଶ କରିଛନ୍ତି।ହାଉସିଂବୋର୍ଡ଼ ର ସଭାପତି ଅନାଦି ଚରଣ ସ୍ୱାଇଁ ଓ ସମ୍ପାଦକ ଶ୍ରୀନିବାସ ରାଉତ ପ୍ରଭୁତି ଅନେକ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ସହଯୋଗ କରୁଛନ୍ତି।

Leave a comment

Your email address will not be published. Required fields are marked *