#Breaking News #District

ଆସନ୍ତା କାଲି ମୁକ୍ତିଲାଭକରିବ ଓଡ଼ିଆ ସିନେମା ପ୍ରିତୀବନ୍ଧନ


ଫୁଲବାଣୀ (ସୁନୀଲ ପଟନାୟକ )
ଆସନ୍ତାକାଲି ଗୁରୁବାର ନେକ୍ସ ଡୋର ଫିଲ୍ମ ବ୍ୟାନର ରେ ପ୍ରସ୍ତୁତ ଭିନ୍ନ ସ୍ୱାଦ ର ଓଡ଼ିଆ ଫିଲ୍ମ ପ୍ରୀତି ବନ୍ଧନ ରିଲିଜ ହେବ lଫୁଲବାଣୀ ସ୍ଥିତ ଶ୍ରଦ୍ଧାଞ୍ଜଳି ଟକିଜ ରେ ଶୁଭାରମ୍ଭ ହେବ lଫିଲ୍ମ ରେ ଅଭିନୟ କରିଥିବା ହିରୋ, ହିରୋଇନ ଙ୍କ ଠାରୁ ଆରମ୍ଭ କରି ନିର୍ଦେଶକ, ପ୍ରଯୋଜକ, ସଙ୍ଗୀତଜ୍ଞ ଓ ଅନ୍ୟାନ୍ୟ ସମସ୍ତ କଳାକାର ଫୁଲବାଣୀ ଆସି ଶ୍ରଦ୍ଧାଞ୍ଜଳି ଟକିଜ ରେ ଉପସ୍ଥିତ ରହି ବେ ବୋଲି
ଫୁଲବାଣୀ ର ଜଣାଶୁଣା ସମାଜ ସେବୀ, ଅଭିନେତା, ତଥା ଫିଲ୍ମ ପ୍ରଯୋଜକ ପ୍ରଶାନ୍ତ ନାୟକ ସୂଚନା ଦେଇଛନ୍ତି l ଏଥିରେ ଓଡିଶା ର କଳା, ସଂସ୍କୃତି ଓ ପରମ୍ପରା କୁ ପ୍ରାଧାନ୍ୟ ଦିଆଯାଇଥିବା କଥା ନାୟକ କହିଛନ୍ତି l ପ୍ରଶାନ୍ତ ନାୟକ ଓ ନରେନ୍ଦ୍ର ପାତ୍ର ଙ୍କ ପ୍ରଯୋଜିତ ଏହି ଫିଲ୍ମ ରେ ତ୍ରୀକୋଣୀୟ ପ୍ରେମ ର କାହାଣୀ ବେଶ ହୃଦୟ ସ୍ପର୍ଶୀ l ଏହାର ନିର୍ଦେଶନା ଦେଇଛନ୍ତି ରାଶେଷ ମହାନ୍ତି l ସଂଗୀତ ନିର୍ଦେଶନା ଦେଇଛନ୍ତି ବରିଷ୍ଠ ତଥା ଜଣାଶୁଣା ସଂଗୀତନିର୍ଦେଶକ ଅଭିଜିତ ମଜୁମଦାର l ନୃତ୍ୟ ନିର୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ, ଓ ସ୍ମୃତି ଆର. l ଏହାର କ୍ରିଏଟିଭ ହେଡ଼ ଓ ମିଡ଼ିଆ ପ୍ଳାନର ପ୍ରଣୟ ଜେଠି l
ଏହି ନିଛକ ଓଡ଼ିଆଚଳଚିତ୍ର ହେଉଛି ପ୍ରଯୋଜନା ସଂସ୍ଥା ର ପ୍ରଥମ ଫିଲ୍ମ ବୋଲି କୁହାଯାଉଛି l
ଏହି ଫିଲ୍ମ ରେ ଅଭିନେତା, ଅଭିନେତ୍ରୀ ଭାବେ ସମ୍ବିତ, ତମନ୍ନା,ଓ ତୃପ୍ତି ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା, ପୃଥ୍ୱୀରାଜ ନାୟକ, ଭୂପତି ତ୍ରିପାଠୀ, ସର ଅପା, ଅଳକା, ପ୍ରଶାନ୍ତ ନାୟକ, ନୂପୁର ଓ ସସ୍ମିତା ପ୍ରମୁଖ ଅଭିନୟ କରିଛନ୍ତି l
ଆସନ୍ତାକାଲି ଫୁଲବାଣୀ ଶ୍ରଦ୍ଧାଞ୍ଜଳି ଟକିଜ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହା ମୁକ୍ତିଲାଭ କରିବ l
ଓଡ଼ିଆ ସିନେ ଦର୍ଶକ ଦିନକୁଦିନ କମିଯାଉଥିଲେ ମଧ୍ୟ ପ୍ରଯୋଜକ ପ୍ରଶାନ୍ତ ନାୟକ ଓ ନରେନ୍ଦ୍ର ପାତ୍ର ସିନେମା ତିଆରି ପ୍ରତି ମନ ବଳାଇବା ନିଶ୍ଚିତ ଖୁସିର ବିଷୟ l

Leave a comment

Your email address will not be published. Required fields are marked *