#Breaking News

ବଡମ୍ବା ରେ ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ର ଶୁଭାରମ୍ଭ

ବଡମ୍ବା,ବଡ଼ମ୍ବା ବ୍ଳକ ଅନ୍ତର୍ଗତ ସାନବାରଶିଙ୍ଘ ଗ୍ରାମପଞ୍ଚାୟତ ସଭାଗୃହରେ ଶିଳ୍ପ ବିତିକ ଉଦ୍ୟୋଗ ନିମନ୍ତେ ତିରିଶି ଜଣ ଉଦ୍ୟୋଗ ମାନଙ୍କର ଏକ ବାରଦିନିଆ ତାଲିମ୍ ର ଶୁଭାରମ୍ଭ ହୋଇଛି। କଟକ ଜିଲ୍ଲା ଶିଳ୍ପ କେନ୍ଦ୍ର ଦ୍ଵାରା ଆୟୋଜିତ ଏହି ତାଲିମ୍ କାର୍ଯ୍ୟକ୍ରମ ରେ ବ୍ଲକ ସଂଯୋଜିକା ଅର୍ଚ୍ଚନା ମହାପାତ୍ର ପରିଚାଳନା କରିଥିଲା ବେଳେ ପ୍ରଶିକ୍ଷକ ଭାବେ ରିସୋର୍ସ ପର୍ସନ ଦେବଦତ୍ତ ମଳୟ କୁମାର ବରାଳ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ମାଇକ୍ରୋ ଉଦ୍ୟୋଗ ର ଲକ୍ଷ୍ୟ ଉଦ୍ଦେଶ୍ଯ ପରିଚାଳନା ପଦ୍ଧତି ବ୍ଯାଙ୍କ ଓ ସରକାର ଙ୍କ ସହ ସମନ୍ଵୟ ଆବେଦନ ପ୍ରକ୍ରିୟା ଓ ନିଜର ଆତ୍ମବଳ ବୁଦ୍ଧି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ବାରଦିନ ଧରି ଚାଲିବ ବୋଲି ସଂଯୋଜିକା ସୂଚନା ଦେଇଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *