#Breaking News

ଫୁଲବାଣୀ ରେ କାଳବୈଶାଖୀ ବର୍ଷା ଓ କୁଆପଥର ମାଡ଼


ଫୁଲବାଣୀ(ସୁନୀଲ ପଟନାୟକ )
ଶୁକ୍ରବାରଅପରାହ୍ନ ୩ଟା ବେଳେ ହଟାତ ଫୁଲବାଣୀ ସହର ରେ କାଳ ବୈଶାଖୀ ପ୍ରଭାବ ରେ ପ୍ରବଳ ବେଗରେ ପବନ ବୋହିବା ସହ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା ମଝିରେ ମଝିରେ ବଜ୍ରାଘାତ ହେବା ଫଳରେ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଥିଲା l
ପ୍ରାୟ ଅଧଘଣ୍ଟା ଧରି ବର୍ଷା ହୋଇଥିଲା l
ବର୍ଷା ଓ ପବନ ଯୋଗୁଁ ସହର ର ବିଭିନ୍ନ ସ୍ଥାନ ରେ ଗଛଡାଳ ପଡି ବିଦ୍ୟୁତ ତାରଓ ଖୁଣ୍ଟ ମଧ୍ୟ ଉପୁଡି ପଡିଥିବା ଖବର ମିଳିଛି l
ସେହିପରି କେତକ ସ୍ଥାନରେ ଘର ଦ୍ୱାରମଧ୍ୟ ଭାଙ୍ଗିରୁଜି ଯାଇଥିବା ଖବର ମିଳିଛି l କେବଳ ଫୁଲବାଣୀ ସହର ନୁହେଁ ଆଖପାଖ ଗ୍ରାମରେ ମଧ୍ୟ କାଳବୈଶାଖୀ ର ପ୍ରଭାବ ଦେଖିବାକୁ ମିଳିଛିl

Leave a comment

Your email address will not be published. Required fields are marked *