#Breaking News #Uncategorized

ବିନା ପୂର୍ବ ସୂଚନାରେ ଟିକା କେନ୍ଦ୍ର ଆସିବାକୁ ମନା । କେବଳ ମୋବାଇଲ ଫୋନରେ ମେସେଜ କିମ୍ବା ପୂର୍ବ ସୂଚନା ଥିଲେ ଟିକାକରଣ ପାଇଁ ଆସିବାକୁ ପରାମର୍ଶ

ମୋବାଇଲ ଫୋନରେ ମେସେଜ ନଆସିଥିଲେ କିମ୍ବା ପୂର୍ବ ସୂଚନା ନଥିବା କୌଣସି ବ୍ୟକ୍ତି ଆଉ ଟିକା କେନ୍ଦ୍ରକୁ ଆସିବେ ନାହିଁ । ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଲକଡାଉନର ପ୍ରଥମ ଦିନର ସମୀକ୍ଷା କରିବା ଅବସରରେ ଏହି ନିଷ୍ପତି ନିଆଯାଇଛି ।

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ଇସ୍ତାହାର ଅନୁଯାୟୀ ଲକଡାଉନ ସମୟରେ ଟିକାକରଣ, ସ୍ୱାସ୍ଥ୍ୟସେବା, କୋଭିଡ ପରୀକ୍ଷା ଓଜରୁରୀ ସେବା ସହ ସଂପୃକ୍ତ କାର୍ଯ୍ୟାଳୟ ଖୋଲା ରହିବ । ଟିକାକରଣ ପାଇଁ ପଂଜିକରଣ ମେସେଜ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ପଂଜୀକୃତ ହୋଇନଥିବା ବ୍ୟକ୍ତିମାନେ ଟିକାକରଣ କେନ୍ଦ୍ର ଆଗରେ ଅଯଥା ଭିଡ ନଯମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପନିବରିବା ହାଟ, ମାଛ, ମାଂସ ଦୋକାନ ପାଇଁ ଯେପରି ଗୋଟିଏ ଦୋକାନରୁ ଆଉ ଗୋଟିଏ ଦୋକାନ ଭିତରେ ଅନ୍ୟୁନ ୩୦ ଫୁଟ ଦୂରତା ରହିବ । ସେନେଇ ମଧ୍ୟ କଡ଼ା ନଜର ରଖିବାକୁ ଗୁରୁତ୍ୱ ଦିଆଯାଇଛି । କୌଣସି ପରିସ୍ଥିିତିରେ ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳିବ ନାହିଁ । ମାଇକ୍ ଯୋଗେ ଜନସାଧାରଣଙ୍କୁ ସତର୍କ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସହରାଂଚଳ କର୍ତୃପକ୍ଷ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment

Your email address will not be published. Required fields are marked *