#Breaking News

ଢେଙ୍କାନାଳ ରେ ଜାତୀୟ ମତଦାତା ଦିବସ ପାଳିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲା କାଯ୍ୟାଳୟ ପରିସରରେ 12ତମ ରାଷ୍ଟ୍ରୀୟ ମତଦାତା ଦିବସ ପାଳିତ ହୋଇଯାଇଛି।
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଢେଙ୍କାନାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠି ଙ୍କ ଅଧକ୍ଷତା ରେ ପାଳନ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶଶାଙ୍କ ଶେଖର ଦାସ,ଉପଜିଲ୍ଲାପାଳ ଢେଙ୍କାନାଳ ସ୍ନିଗ୍ଧା ରାଣୀ ଧଳ, ପୌର ନିବାହୀ ଅଧିକାରୀ ଶ୍ରୀଯୁକ୍ତ ଅତୁନ କୁମାର ସାମନ୍ତ ଓ ଅନନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ, ଜିଲ୍ଲାର ସମସ୍ତ ରାଜନୈତିକ ପ୍ରତିନିଧି ମାନେ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ, ଉପଜିଲ୍ଲାପାଳ ତାଙ୍କର ସ୍ୱାଗତ ଭାଷଣ ରେ ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ, ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଉପସ୍ଥିତ ଅତିଥି ମାନଙ୍କୁ ମାତାଦାତାଙ୍କ ସଂକଳ୍ପ ପାଠ କରିଥିଲେ, ଜିଲ୍ଲା ସ୍ତରୀୟ ସଭାର ଆୟୋଜନ virtual mode ରେ ହୋଇଥିଲା, ଜିଲ୍ଲାପାଳ ଏହିସଭାରେ ଅଧକ୍ଷତା କରି 12ତମ ରାଷ୍ଟ୍ରୀୟ ମତଦାତା ଦିବସର ମହତ୍ୱ ଉପରେ କହିଥିଲେଯେ ଏହି ମହତ୍ୱ ପୂର୍ଣ୍ଣ ଦିନର ଆୟୋଜନ ସମସ୍ତ ଭାରତ ବାସୀଙ୍କର ନିଜ ରାଷ୍ଟ୍ର ପ୍ରତି କର୍ତବ୍ୟ ମନେପକାଇ ଦିଏ ଯେ ପ୍ରତେକ ନାଗରିକ ପାଇଁ ମତଦାନ କରିବା ଅତ୍ୟନ୍ତ ଜରୁରୀ ଅଟେ ସୁଦୃଢ ଗଣତନ୍ତ୍ର ନିମନ୍ତେ ପ୍ରତେକ ନାଗରୀଙ୍କର ନିର୍ବାଚନ ସ୍ଵାକ୍ଷର ତା ଏପରିହାର୍ଯ୍ୟ, ଦେଶକୁ ସଫଳ ଗଣତନ୍ତ୍ର ରାଷ୍ଟ୍ର ଭାବେ ଗଢିବାକୁ ହେଲେ ପ୍ରତେକ ନାଗରିକ ମାନେ ମୁକ୍ତ ସ୍ୱଚ୍ଛ, ନ୍ୟେତିକତା ପୂର୍ଣ୍ଣ ଏବଂ ପ୍ରଲୋଭନ ମୁକ୍ତାଭାବ ରେ ନିର୍ବାଚନ ରେ ଅଂଶଗ୍ରହଣ କରିବା ଆବଶ୍ୟକ, ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ନୂତନ ଭୋଟର ମାନଙ୍କୁ ପରିଚୟ ପ୍ରଦାନ କରିଥିଲେ ରାଷ୍ଟ୍ରୀୟ ମତଦାତା ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା ବକୃତା, ଚିତ୍ରାଙ୍କନ କୁଇଜ ପ୍ରତିଯୋଗିତାରେ କୃତକାର୍ଯ୍ୟ ପ୍ରତିଯୋଗୀ ମାନଙ୍କୁ ସମ୍ବଦିତ କରିଥିଲେ, ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ରେ ଉତ୍ତମ କାର୍ଯ୍ୟ କରିଥିବା BLO ମାନଙ୍କୁ ସାନମାନିତ କରିଥିଲେ ପରିଶେଷରେ ଜିଲ୍ଲାପାଳ ଢେଙ୍କାନାଳ ଜିଲ୍ଲା ର ସମସ୍ତ ଭୋଟର ପାଞ୍ଜି କରଣ ଅଧିକାରୀ ତଥା ଉପଜିଲ୍ଲାପାଳ ମାନଙ୍କୁ ଯଥା ସମୟରେ ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରକାଶନ କରୁଥିବାରୁ ପ୍ରଶଂସା କରିଥିଲେ,ଢେଙ୍କାନାଳ ଜିଲ୍ଲାରେ 2022ସତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ରେ ଜିଲ୍ଲାରେ ସମୁଦାୟ ନୂତନ 17213 ଜଣ ନୂଆ ଭୋଟର ଅନ୍ତର୍ଭୁକ୍ତ ହୋଇ ସମୁଦାୟ 951633ଜଣ ଭୋଟର ମତଦାତା ତାଲିକାରେ ପଞ୍ଜିକୃତ ହୋଇଛନ୍ତି, ଏହି ରାଷ୍ଟ୍ରୀୟ ମତଦାତା ଦିବସ ରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଭୋଟର ମାନଙ୍କୁ ସ୍ୱାଗତ ଜଣାଇ ମୁଖ୍ୟତ ନୂତନ ଭାବରେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିଥିବା ସମସ୍ତ ଭୋଟର ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ, ଏବଂ ଜିଲ୍ଲାରେ ସମସ୍ତ ନାଗରିକ ମାନଙ୍କୁ ରାଷ୍ଟ୍ରୀୟ ମତଦାନ ଦିବସ କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରି ଏହାକୁ ସଫଳ କରିବା ପାଇଁ ଅନୁରୋଧ କରିଥିଲେ,

Leave a comment

Your email address will not be published. Required fields are marked *