#Breaking News

ତିର୍ତ୍ତୋଲ କନକପୁର ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଜଗତସିଂହପୁର (ଉଲାପ୍ର) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତ ବସନ୍ତ ବଗିଚା ପରିସରରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଜଗତସିଂହପୁର ରକ୍ତ ଭଣ୍ଡାର ର ଡାକ୍ତର ଙ୍କ ସମେତ ଅନ୍ୟ ସହଯୋଗୀ କର୍ମଚାରୀ ମାନେ ଉପସ୍ଥିତ ରହି ମୋଟ ୧୬୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ତିର୍ତ୍ତୋଲ ବିଧାୟକ ଶ୍ରୀ ଦାସ ଉଦଘାଟନ କରିବା ସହିତ ସମସ୍ତ କାର୍ଯ୍ୟ କୁ ତଦାରଖ କରିଥିଲେ । ବିଧାୟକ ଶ୍ରୀ ଦାସ ରକ୍ତଦାତ୍ତା ମାନଙ୍କୁ ଉତ୍ସାହିତ

କରିଥିଲେ । ପ୍ରଥମେ ବିଧାୟକ ଶ୍ରୀ ଦାସ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏଥିରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ ର ସମସ୍ତ ବିଜୁ ପ୍ରେମୀ ଯୋଗଦେଇ ବିଜୁବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା ସୁଜାତା ମହାନ୍ତି, ବ୍ଲକ ଉପାଧ୍ୟାକ୍ଷା, ୧ ନମ୍ବର ଜୋନ ଜ଼ିଲ୍ଲାପରିଷଦ ରଞ୍ଜିତା ସିଂହ, ବ୍ଲକ ବିଜେଡି ସଭାପତି ତଥା ଜ଼ିଲ୍ଲାପରିଷଦ ସଭ୍ୟ ଗଙ୍ଗାଧର ବିଶ୍ୱାଳ, ଜ଼ିଲ୍ଲାପରିଷଦ ସୁନୀଲ ବେହେରା, ଆତ୍ମା ଅଧକ୍ଷ ବସନ୍ତ ମହାପାତ୍ର, ରଘୁନାଥପୁର ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ତପନ ମହାନ୍ତି, ଚିତ୍ତ ରଞ୍ଜନ ରଥ, ଯଶୋବନ୍ତ ରାଉତ, ଅଶ୍ୱିନୀ ବିଶ୍ୱାଳ, ରମେଶ ରାଉଳ, ସୄଯ୍ୟ ନାରାୟଣ ବେହେରା,ସନାତନ ଦଳାଇ , ପ୍ରଭୁତି ମହାପାତ୍ର, ମମତା ଦାସ, ପ୍ରକାଶ ସ୍ୱାଇଁ, ନିର୍ମଳ ନାୟକ, ସୁବ୍ରତ ଦାଶ, ସୁବ୍ରତ ମଲ୍ଲିକଙ୍କ ସମେତ ବହୁ ଅଗଧାଡିର କର୍ମୀମାନେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ବିମଳ ମହାପାତ୍ର, ସୁଜିତ ଦାସ, ସୁମିତ ଦାସ, ଅମର ଜ୍ୟୋତି ସାହୁ ପ୍ରମୁଖ ସଂଯୋଜନା କରିଥିଲେ ।

Leave a comment

Your email address will not be published. Required fields are marked *