#Exclusive

ମାଡି ଆସୁଛି ଅମ୍ଫାନ, ମୁକାବିଲା ପାଇଁ ଧାମରାରେ ପହଞ୍ଚିଲା ଏନଡିଆରଏଫ ଟିମ୍ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ମନା, ଧାମରା-ଚୂଡାମଣି କୂଳକୁ ଫେରୁଛି ବୋଟ

ଭଦ୍ରକ: ଗୋଟିଏ ପଟେ କରୋନାର ଭୟ। ଅନ୍ୟପେଟ ସମ୍ଭାବ୍ୟ ବାତ୍ୟା ଭୟ ଜିଲ୍ଲାବାସୀଙ୍କୁ ଆହୁରି ଭୟଭୀତ କରି ଦେଇଛି। ଏଇ ଦୁଇଟି ଜାତୀୟ ବିପତ୍ତିରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ପ୍ରଶାସନ ବି ଅଣ୍ଟା ଭିଡିଛି। ସାମୁଦ୍ରୀକ ବାତ୍ୟା ଅମ୍ଫାନ ମାଡି ଆସୁଥିବା ବେଳେ ଏହାର ମୁକାବିଲା ନେଇ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦ୍ଦେଶରେ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏଇ ଅଞ୍ଚଳରେ ସ୍ବତନ୍ତ୍ର ଅଫିସର ମୁତୟନ କରାଯାଇ ସ୍ଥିତି ଅନୁଧ୍ୟାନ କରାଯାଉଛି।

ଆଜି ରାଜ୍ୟ ସରକର ପଠାଇଥିବା ୨ ଟି ଏନଡିଆରଏଫ ଟିମକୁ ଧାମରା ପଠାଇ ଦିଆଯାଇଛି। ଏଇ ଟିମ୍ ଆଜି ଧାମରାରେ ପହଞ୍ଚିଛି। ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ଓ ସ୍ଥାନୀୟ ଦମକଳ ବାହିନୀଙ୍କୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନଡିଆରଏଫ ଟିମ୍ ଧାମରାର ୮ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛି। ଦିନ ୧୦ ଟା ବେଳେ ଧାମରା, ଚୂଡାଣି ଓ କସିଆ ସମୁଦ୍ର ମୁହାଣରେ ମାଇକ୍ ଯୋଗେନ ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ପାଇଁ ମନା କରାଯାଇଛି।

Leave a comment

Your email address will not be published. Required fields are marked *