#Exclusive

ବିପୁଳ ପରିମାଣର ଗଞ୍ଜେଇ ଜବତ

ଆଠଗଡ ପୋଲିସ ଆଜି ସହରର ଗୋପବନ୍ଧୁ ଛକ ଠାରୁ ଏକ ଟ୍ରକ କୁ ଧରିବା ପରେ ଟ୍ରକ ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଆଠଗଡ ଥାନା ପୋଲିସ,

ଯୋଉଠି ଅବକାରୀ ବିଭାଗ ମାସିକ ଲକ୍ଷଲକ୍ଷ ଟଙ୍କା ସରକାରୀ ତହବିଲ ରୁ ଦରମା ନେଉଛନ୍ତି ସେଠି ଅବକାରୀ ବିଭାଗ କରୁଛି କଂଣ୍,ଯାହା ଫଳରେ ପୋଲିସ କୁ ଏକ ବଡଧରଣର ସଫଳତା ମିଳିଛି,ଖବର ଅନୁଯାୟୀ ତିଗିରିଆ ନୂଆପାଟଣା ଅଂଚଳରୁ ଆଜି ସକାଳେ ସ୍ଥାନୀୟ ଜଣେ ବ୍ୟକ୍ତି ୨୪ ପ୍ୟାକେଟ ଗଞ୍ଜେଇ ଟ୍ରକରେ ଲୋଡ଼ କରିଥିଲେ,ଆଉ ଏହି ଗଞ୍ଜେଇ ଯାଉଥିଲା ଉତ୍ତରପ୍ରଦେଶ ଓ ଦିଲି କୁ,ଟ୍ରକ ମାଲିକଙ୍କ ସହିତ ହିସାବ ଛିଡିଥିଲା ୨୦ ହଜାର ଟଙ୍କା ରେ,ମାଲ ପହଞ୍ଚେଇ ଦେବ ଓ ୨୦ ହଜାର ଟଙ୍କା ନେବେ ବୋଲି ହିସାବ ଛିଡିଥିଲା, ହେଲେ ସବୁ ଫସର ଫାଟି ଯାଇଛି,ଆଠଗଡ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏହି ଟ୍ରକ ଟିକୁ ଗୋପବନ୍ଧୁ ଛକ ରେ ଅଟକାଇବା ପରେ ସେଥିରୁ ଓଧ ପରିମାଣର ଗଞ୍ଜେଇ ଜବତ ହୋଇଛି,ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବବୋଲି ଆକଳନ କରାଯାଇଛି, ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Leave a comment

Your email address will not be published. Required fields are marked *