#Breaking News

ପୁର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ଆନ୍ତରୀକ ସହଯୋଗରେ ଦାଦନ ଙ୍କ ଶବ ଗ୍ରାମକୁ ଆସିଲା


ଫୁଲବାଣୀ(ସୁନୀଲପଟନାୟକ)
ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ଆନ୍ତରୀକ୍ ସହ ଯୋଗ ଯୋଗୁଁ ତା ମିଲ ନାଡ଼ୁର ତ୍ରିପୁର ଜିଲ୍ଲା ଚିନା କାରି ଅଞ୍ଚଳରୁ ଶବ ଗ୍ରାମକୁ ଫେରି ପାରିଛି । ମୃତକ ଜଣଙ୍କ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ଗୁମ୍ମା ପଞ୍ଚାୟତର ମହା ବାଲି ଗ୍ରାମର ସାନୁଜ ଦଳପତି ।
ଗାଁରେ କାମଧନ୍ଦା ନମିଳିବା ଫଳରେ ସାନୁଜ ଦ। ଦନ ଖଟିବାକୁ ସୁଦୁର ତାମିଲନାଡୁ ଯାଇଥିଲା। ହେଲେ ମାସ କେଇଟା କାମ କରିଛି କି ନାହିଁ ଗତ ୩୧ରେ ହଠାତ ଅସୁସ୍ଥ ହୋଇ ପଡିଥିଲା। ଓ ଚିକିତ୍ସାଧିନ ଅବସ୍ଥାରେ ୨୫ ବର୍ଷର ସାନୁଜର ମୃତ୍ୟୁ ଘଟିଥିଲା । ପୁଅ ର ମୃତ୍ୟୁ ଖବର ପାଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଥିଲେ । ଶବ ଗ୍ରାମକୁ ଆଣିବା ଲାଗି ପ୍ରଶାସନକୁ ଜଣାଇଥିଲେ ହେଲେ ସୁଫଳ ମିଳିଲାନି।
ଶେଷରେ ପୁର୍ବତନ ବିଧାୟକ କରେନ୍ଦ୍ରମାଝିଙ୍କୁ ଦୁଃଖ ଜଣାଇବା ପରେ ସେକଂପାନୀ ମାଲିକଙ୍କ ସହ ଯୋଗାଯୋଗ କରି ଗ୍ରାମକୁ ମୃତ ଦେହ ଆଣିବା ସହ କ୍ଷତିପୁରଣ ବାବଦ ଏକଲକ୍ଷ ଟଙ୍କାର ବ୍ୟବସ୍ଥା କରିଥିଲେ । ବୁଧବାର ଗ୍ରାମରେ ସାନୁଜ, ଙ୍କ ଶବ ପହଞ୍ଚିବା ପରେ ଗ୍ରାମରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା।
ତେବେ ଦେବଦୁତ ସାଜି ପୁର୍ବତନ ବିଧାୟକ କରେନ୍ଦ୍ର ମାଝି ସହାୟତାର ହାତ ବଢ଼ାଇଥିବାରୁ ଗ୍ରାମବାସୀଙ୍କ ସମେତ ପରିବାରବର୍ଗ ପୂର୍ବତନ ବିଧାୟକ ମାଝିଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ। ନେତା ହେବ ତ ଏମିତି ବୋଲି କେହି କେହି କହିଥିଲେ।

Leave a comment

Your email address will not be published. Required fields are marked *