#Exclusive

ଗାଡ଼ି ଚାଳକ ଆଶ୍ୱସ୍ତ : ଏଣିକି ଅନଲାଇନରେ ସଙ୍ଗେସଙ୍ଗେ ମିଳିବ ଲର୍ଣ୍ଣସ୍ ଲାଇସେନ୍ସ

ଭୁବନେଶ୍ୱର(ବ୍ୟୁରୋ ): ଆଉ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବା ପାଇ ଘଣ୍ଟାଘଣ୍ଟା ଧରି ଆରଟିଓ ଅଫିସରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ଏଣିକି ଅନଲାଇନରେ ଟେଷ୍ଟ୍ ଦେଇ ତତକ୍ଷଣାତ୍ ଲର୍ଣ୍ଣସ ଲାଇସେନ୍ସ(ଏଲଏଲ୍) ହାସଲ କରିହେବ। ଲର୍ଣ୍ଣସ ଲାଇସେନ୍ସ ପାଇଁ ଆବେଦନକାରୀଙ୍କୁ ଆରଟିଓଙ୍କ ଅନୁମୋଦନ ନେବା ଜରୁରୀ ଥିବା ବ୍ୟବସ୍ଥାକୁ ରାଜ୍ୟ ସରକାର ଆଜିଠୁ ଉଚ୍ଛେଦ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା କହିଛନ୍ତି ଯେ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନଙ୍କୁ ଏଣିକି ଲର୍ଣ୍ଣସ ଲାଇସେନ୍ସ ପାଇଁ ଆରଟିଓ ଅଫିସ ଯିବାକୁ ପଡ଼ିବ ନାହିଁ । ସେମାନେ ଅନଲାଇନରେ ନିଜର ଆବଶ୍ୟକ ଦସ୍ତାବିଜ ସହ ଆବେଦନ କରିବା ପରେ ୧୦ଟି ପ୍ରଶ୍ନରୁ ୬ଟିର ସଠିକ୍ ଉତ୍ତର ଦେଇ ତତକ୍ଷଣାତ ଲର୍ଣ୍ଣସ ଲାଇସେନ୍ସ ପାଇପାରିବେ। ନିକଟସ୍ଥ ଜନ ସେବା କେନ୍ଦ୍ର ରେ ଆବେଦନକାରୀ ସଙ୍ଗେ ସଙ୍ଗେ ଡାଉନଲୋଡ୍ କରିପାରିବେ। ପୂର୍ବରୁ ଲର୍ଣ୍ଣସ ଲାଇସେନ୍ସ ପାଇ ଆବେଦନକାରୀଙ୍କୁ ଆରଟିଓ କାର୍ଯ୍ୟାଳୟକୁ ଯାଇ ଫଟୋ ଉଠାଇବା ଓ ଅନୁମୋଦନ ନେବାକୁ ପଡ଼ୁଥିଲା। ରାଜ୍ୟ ସରକାରଙ୍କ ଫାଇଭ-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ପରିବହନ ବିଭାଗ ପକ୍ଷରୁ ଏହି ତ୍ୱରିତ୍ ସେବା ପ୍ରଦାନ କରାଯାଉଛି।

Leave a comment

Your email address will not be published. Required fields are marked *