#Breaking News

ପାହାଡି ତରଙ୍ଗ ତରଫରୁ ସାଧାରଣ ତନ୍ତ୍ର ଦିବସ ପାଳିତ


ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ାଠାରେ ଥିବା କନ୍ଧମାଳ ଜିଲ୍ଲାର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ପାହାଡ଼ି ତରଙ୍ଗ “ତରଫରୁ ୭୩ ତମ ପବିତ୍ର ସାଧାରଣ ତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି କୌଶିକ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଜାତୀୟ ସଂଗୀତ ଗାନ ଓ ସଭାପତିଙ୍କ ଉଦବୋଧନ ପରେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା l ବିଭିନ୍ନ ବକ୍ତା ନିଜ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ l ଏକ ମନୋଜ୍ଞ ପରିବେଶ ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିବାରୁ କୋଷାଧକ୍ଷ ସରୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗୋପାଳକୃଷ ନାୟକ, ଦେବବ୍ରତ ସିଂ ଦେଓ, ରାମଚନ୍ଦ୍ର ଗୋସ୍ୱାମୀ, ବିଶ୍ୱଜିତ ସାହୁ, ମିହିର ପାଢ଼ୀ ଓ ଶ୍ରିଲେଖା ଶୁଭଲତା ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *