#Breaking News

ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ ବିଜେଡି ସାଧାରଣ ସମ୍ପାଦକ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲା ବିଜେଡି ରେ ଦିନକୁ ଦିନ ଗୋଷ୍ଠୀ କନ୍ଦଳ, ଅନ୍ତର୍ଦ୍ୱନ୍ଦ ବଢ଼ିବାରେ ଲାଗିଛି l
ଅନେକ ନେତା ଦଳିୟ ଶୃଙ୍ଖଳା ରକ୍ଷା ନକରିବା, ନେତା ମାନଙ୍କ ନିର୍ଦେଶ ନ ମାନି ମନ ଇଚ୍ଛା କାର୍ଯ୍ୟ କରୁଛନ୍ତିl
ଏ ମାନଙ୍କ ଜୋଂଗୁଁ ପଂଚାୟତ ଓ ପୌର ନିର୍ଵାଚନ ରେ ଦଳ କୁ ପରାଜୟ ର ସମ୍ମୁଖୀନ ହେବାକୁ ପଡିଥିଲା l ଦଳବିରୋଧୀ କାର୍ଯ୍ୟ ପାଇଁ ଶୁକ୍ରବାର ଆଜି ବିଜୁ ଜନତା ଦଳ ର ସଭାପତି ଙ୍କ ନିର୍ଦେଶ କ୍ରମେ ସାଧାରଣ ସମ୍ପାଦକ ମିଡ଼ିଆ ସେଲ ମୁଖ୍ୟ ମାନସ ମଙ୍ଗରାଜ ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ କାଉନସିଲର ପ୍ରଦୀପ ମୁନି ଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି l
ସେହପରି ପୌର ନିର୍ବାଚନ ସମୟରେ ଦଳବିରୋଧୀ କାର୍ଯ୍ୟ ପାଇଁପୂର୍ବତନ କାଉନସିଲର
ଭାଗବତ ବେହେରା, ଓ ଶ୍ରୀବଛ ବେହେରା ଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା l
ଆଗକୁ ଏ ଭଳି ଆଉ କିଛି ଜଣଙ୍କବିରୋଧରେ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶୁଣିବାକୁ ମିଳୁଛି l

Leave a comment

Your email address will not be published. Required fields are marked *