#Exclusive

୧୧ କେ. ଭି. ତାର ଛିଣ୍ଡି ପଡିଲା ଚାଲିଗଲା ମାଆ-ଝିଅଙ୍କ ଜୀବନ

ନୂଆପଡ଼ା (): ପାଣି କୁଣ୍ଡରେ ଗାଧଉଥିବା ବେଳେ ହଠାତ ଛିଡ଼ି ପଡ଼ିଲା ବିଦ୍ୟୁତ ତାର। ଚାଲିଗଲା ମାଆ ଓ ଝିଅଙ୍କ ଜୀବନ। ଆଜି ଏପରି ଅଘଟଣ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ମଖାପଦର ଗାଁରେ ଘଟିଛି। ଏହି ଘଟଣାକୁ ନେଇ ଏବେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ମଖାପଦର ଗାଁର ତରୁଲତା ଚଣ୍ତି(୩୫) ଓ ତାଙ୍କ ୯ ବର୍ଷର ଝିଅ ଦୁଶୀଳା ଚଣ୍ତି ପଞ୍ଚାୟତ ନଳକୂପ ପାଣିକୁଣ୍ଡରେ ଗାଧୋଉଥିଲେ। ଏହି ସମୟରେ ମୁଣ୍ଡ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାରଟି ହଠାତ ଛିଣ୍ଡି ତାଙ୍କ ଉପରେ ପଡ଼ିଥିଲା। ଫଳରେ ମାଆ ଓ ଝିଅଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି।

ସିନାପାଲି ଥାନା ପୁଲିସ ଓ ଅଡିସିନାଲ୍‌ ତହସିଲଦାର ଲକ୍ଷ୍ମଣ ଟୁଡୁ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗାଁ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା । ମାତ୍ର ଉତ୍ତ୍ୟକ୍ତ ଲୋକେ ନିଜ ଜିଦ୍‌ରେ ଅଟଳ । ଜଣକା ୫ ଲକ୍ଷ ଟଙ୍କା ଓ ଘର ଡିହ ଜମିଦେବାକୁ ଦାବି କରିଛନ୍ତି।

Leave a comment

Your email address will not be published. Required fields are marked *