#Breaking News

କନ୍ଧମାଳ ଜିଲ୍ଲାରେ ୨୧୯ ଗ୍ରାମ ବାଲ୍ୟବିବାହ ମୁକ୍ତ


ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲାରେ ପ୍ରଶାସନ ଓ ଏକ୍ସନ ଏଡସହାୟତାରେ ଗାଁକୁ ଗାଁ ବୁଲି ବାଲ୍ୟ ବିବାହର କୁ ପରିଣାମ ସଂପର୍କ ରେବ୍ୟାପକ ସଚେତନତା କରିବା ଫଳରେ ଲୋକେ ଏହା ର ମହତ୍ଵ ବୁଝିପାରି ବାଲ୍ୟବିବାହ ନ କରିବା ଲାଗି ଶପଥ ନେଇଥିଲେ।
ଫଳରେ ରଗତ ୩ ମାସ ମଧ୍ୟରେ ୨୧୯ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ କରାଯାଇଥିବା ବିଷୟ ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ରୋକିବା ଓ କିଶୋରୀ ସଶକ୍ତିକରଣ ନିମନ୍ତେ ଗଠିତ ଟାସ୍କଫୋର୍ସ ର ବୁଧବାରସମୀକ୍ଷା ବୈଠକରୁ ଜଣାପଡିଛି।
ସେହିପରି ଗତ ୨ବର୍ଷ ମଧ୍ୟରେ ଯେତିକି ବାଲ୍ୟବିବାହ ବନ୍ଦ କରାଯାଇଛି ସେହି ପିଲାମାନଙ୍କ ବର୍ତ୍ତମାନ ସ୍ଥିତି କିପରି ରହିଛି ସେ ନେଇ ଜିଲ୍ଲାପାଳ ଡ. ବୃନ୍ଦାଡି ସମିକ୍ଷା କରିଥିଲେ। ସେମାନଙ୍କୁ କିପରି ବିଭିନ୍ନ କୌଶଳଭିତ୍ତିକ କାର୍ଯ୍ୟକ୍ରମରେ ସାମିଲ କରାଯିବ ସେଥିପାଇଁ ସେଦିଗରେ ଗୁରୁତ୍ଵ ଦେବା ସହ ସେ ସମ୍ପର୍କରେ ରିପୋଟ ଦେବାପାଇଁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଅନ। ଥଓ ଏକାକୀ ପିଲା ଙ୍କ ପାଇଁ ନୂତନ ଭାବେ ଆରମ୍ଭ ହେବାକୁ ଯାଉଥିବା ଆଶିର୍ବାଦ ଯୋଜନା ଉପରେ ଜିଲାପାଳ ଡ। – ବୃନ୍ଦାଡି ବୁଝାଇଥିଲେ । ସେମାନଙ୍କର ତଥ୍ୟ ପ୍ରସ୍ତୁତ କରି ଏହି ନୂତନ ଯୋଜନାରେ ସେମାନଙ୍କୁ ସାମିଲ କରିବାକୁ କହିଥିଲେ ଜିଲ୍ଲାପାଳ। । ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରି ମଞ୍ଜୁଳା ପ୍ରଧାନ, ଜିଲ୍ଲା ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
, ଆକ୍ସନ ଏଡରଜିଲ। ସଂଯୋଜିକା ସ୍ଵାତୀତ ନ୍ମ ୟା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *