#Breaking News

ସ୍ଵାଧୀନତାର ୭୪ ପୁରିଲ। . ସାର୍ତ୍ତୁଲ ପଞ୍ଚାୟତର ୧୨ଗ୍ରାମର ସମସ୍ୟା ସୁଧୁରୁନି


ଫୁଲବାଣୀ- (ସୁନୀଲ ପଟନାୟକ)
ଗମନାଗମନର ସୁବିଧା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ପାଣି ପରି ଖର୍ଚ କରୁଛନ୍ତି । ତେବେ ସ୍ଵାଧୀନତାର ୭୪ ପରେ ବି କନ୍ଧମାଳ ଜିଲ୍ଲାରେ ଏଭଳି ଅନେକ ଗ୍ରାମ ରହିଛି । ଯେଉଁମାନେ ବିକାଶର ସ୍ୱାଦ ଚାଖିନାହାନ୍ତି ।
କନ୍ଧମାଳ ଜିଲ୍ଲାରମା ଓ ଇଲାକା ଭାବେ ପରିଚିତ କୋଟଗଡ଼ ବ୍ଳକର ସାର୍ତ୍ତୁଲ ପଞ୍ଚାୟତ ରହିଛି ସେହି ପଞ୍ଚାୟତର ୧୨ରୁ ଉର୍ଦ୍ଧ୍ଗାମର ଲୋକେ ଗମନାଗମନ ଶିକ୍ଷା । ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇରହିଛନ୍ତି। ଗ୍ରାମକୁ ଯିବା ଲାଗି ରାସ୍ତା ଖଣ୍ଡେ ମଧ୍ୟ ନାହିଁ ।
ଏହି ପଞ୍ଚାୟତର ଧାଡି ପଦର,ପଙ୍ଗା ମାହା, ବୁଡ଼ାପଡ଼ା, ଆଝ ତାଙ୍ଗା,ବୁନୁ ମାହା, ମୁରେ ଜଂପଟା, ଆରକି ବାହା ତା ଡବ ମାହା, ପୁଶ ଝଠା, ଡାକ ପାଡା, ବଣ୍ଡାଙ୍ଗପଡ଼ା, ତାସାଜାଙ୍ଗ, ପ୍ରଭୃତି ଗ୍ରାମକୁ ଯାଆ ସ କରିବାକୁ ରାସ୍ତା ନାହିଁ। ଲୋକେ ଜଙ୍ଗଲ ପାହାଡ଼ ବାଟେ ଚଲା ରାସ୍ତାରେ ଆସୁଛନ୍ତି । ବର୍ଷା ଦିନେ ଦୁଃଖ ବଢିଯାଏ । ନାଳରେ ପାଣି ଆସି ଗାଁ ବିଛିନ୍ନ ହୋଇଯାଏ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହୋଇଥାନ୍ତି ।ନାଳ ଉପରେ ପୋଲ କିମ୍ବା କଲଭର୍ଟ କରିବାପାଇଁ ଗ୍ରାମବାସୀ ଗୁହାରୀ କଲେ ବି ପ୍ରଶାସନୁଶୁଣୁ ନଥିବା ଅଭିଯୋଗ କରି ଛନ୍ତି ଗ୍ରାମବାସୀ।
ଗ୍ରାମର ଲୋକେ ଆବଶ୍ୟକ ବେଳେ କୋଟଗଡ ବ୍ଲକ ଅଫିସ,ତହସିଲ, ସୁବର୍ଣ୍ଣଗିରି ଡାକ୍ତରଖାନା , ପିଡିଏସ ଚାଉଳ, କିରାସିନି ଆଣିବା ପାଇଁ ଆସି ପାରୁନାହାନ୍ତି । ସେହିପରି ପ୍ରଶାସନିକବାବ୍ରମାନଙ୍କ ପାଦ ପଡେନି ଗ୍ରାମରେ।
କେବଳ ନିର୍ବାଚନ ବେଳେ ନେତା ଭୋଟ ପାଇଁ ଆସନ୍ତି ଆଉ ଭୋଟ ସରିଲେ କିଏ ପଚାରୁନାହାନ୍ତି ।
ଏହି ସମସ୍ୟା ସଂପର୍କରେ ଗ୍ରାମ ସଭା ପଲିସଦ୍ଭାରେ ବୈଠକ ବି ହୋଇଛି । ହେଲେ ଫଳଶୁନ ବୋଲି ଗ୍ରାମର ସିକିମ ମଲିକ, କୌଶିକ ମୁଠା ମାଝି, ସହଦେବ ଶୂକା ମାଝି । ପ୍ରମୁଖ କହିଛନ୍ତି ।ଏହି ସବୁ ଗ୍ରାମକୁ ରାସ୍ତା ନିର୍ମାଣ ସହ ନାଳରେ ପୋଲ ନିର୍ମାଣ ନ ହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।
ତେ6ବ ଏହି ଗୋଟିଏପଞ୍ଚାୟତ ନୁହେଁ ବ୍ଳକ 6ର ଥିବା ଶ୍ରୀରାମପୁର । ଯୁବାଗୁଡା,ଗୁଗୁରୁ ମାହା । ମାର୍ଲାଙ୍ଗା ପ୍ରକାରୀ ଆଦି ଅନେକ ପଞ୍ଚାୟତରେ ଥିବା ୫୦ ଗ୍ରାମକୁ ରାସ୍ତାନ ଥିବା ଜଣାପଡିଛି ।
ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ପଚାରିଲେ, ଏତେ ଗ୍ରାମ ଲାଗି ଆବଶ୍ୟକ ଅର୍ଥ ଅନୁବାନମିକୁନି । ଯାହା ଆସୁଛି ତାକୁ ଧରି ଆଗ୍ରାଧିକାର ଭିତ୍ତିରେ କିଛି କିଛି ଗ୍ରାମକୁ ରାସ୍ତା ନିର୍ମାଣ କରାଯାଉଛି। ଆଗାମୀ ଦିନରେ ଏହିପଞ୍ଚାୟତ 6ର ଥିବା ଗ୍ରାମକୁ ରାସ୍ତା ନିର୍ମାଣ କରାଯିବ ବୋଲି ସେ କହିଥିଲେ।
ହେଲେ କେବେ ଏ ସବୁ ଗ୍ରାମକୁ ରାସ୍ତା ନିର୍ମାଣ ହେବ ତାକୁହିଁ ଅପେକ୍ଷା I

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *