#Breaking News

ଭିଜିଲାନ୍ସ ଜାଲରେ ପଦ୍ମପୁର ଏନଏସି ଟାକ୍ସ କଲେକ୍ଟର


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଟେକ୍ସ କଲେକ୍ଟର ଭାବେ କାର୍ଯ୍ୟରତ ଦୀନବନ୍ଧୁ ପଣ୍ଡା ଅଭିଯୋଗ କାରୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡ଼ି ଜେଲ ହାଜତକୁ ଯାଇଛନ୍ତି। ବୀଭାଗୀୟ ସୂଚନା ମତେ ଅଭିଯୋଗ କରୀ କିଣିଥିବା ଏକ କଠାଘରର ନମ୍ବର ପରିବର୍ତ୍ତନ ଏବଂ ଘରର ବାର୍ଷିକ ଟ୍ୟାକ୍ସ ଦର ହ୍ରାସ କରିବାକୁ ଟେକ୍ସ କଲେକ୍ଟର ଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଟେକ୍ସ କଲେକ୍ଟର ଦୀନବନ୍ଧୁ ପଣ୍ଡା ଏଥିପାଇଁ ୨୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ଅଭିଯୋଗ କାରୀ ସମ୍ବଲପୁର ସ୍ଥିତ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ଏସପି ଙ୍କ ନିର୍ଦ୍ଦେଶନାରେ ବରଗଡ଼ ଭିଜିଲାନ୍ସ ବିଭାଗ ଡିଏସପି ଙ୍କ ନେତୃତ୍ବରେ ଏନଏସି ଅଫିସ ମଧ୍ୟରେ ଶ୍ରୀ ପଣ୍ଡା ଲାଞ୍ଚ ନେବାବେଳେ ଧରିଥିଲେ। ସେଠାରୁ ବିଭିଗୀୟ ଅଧିକାରୀ ମାନେ ରାସାୟନିକ ଲଗା ଟଙ୍କା ଜବତ କରିବା ସହ ଅଭିଯୁକ୍ତ ଙ୍କ ହାତ ଧୋଇ ଲାଞ୍ଚ ନେଇ ଥିବା ଜାଣି ତାଙ୍କୁ ଗିରଫ କରିଥିଲେ। ଭିଜିଲାନ୍ସ କେଶ ନଂ ୫/ତା.୧୬-୨-୨୨ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି।

Leave a comment

Your email address will not be published. Required fields are marked *