#Breaking News

ଜିଉଦୟଗିରିରେ ବେଆଇନ ମୋରମ ଚାଲାଣ ଅଭିଯୋଗ


ଫୁଲବାଣୀ( ସୁନୀଲ ପଟନାୟକ )
କି ଦିନ କି ରାତି ସବୁବେଳେ ବେଧଡ଼କ ଭାବେ ଚାଲିଛି ବେଆଇନ ମରୋମ ଚାଲାଣ ।
ପ୍ରଶାସନସବୁ ଜାଣି ଅଜଣା । ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ନାହିଁ । ଟ୍ରକ, ଟ୍ରାକ୍ଟର ଯୋଗେ ବିନା ଅନୁମତିରେ ମୋରମ ଚାଲାଣ ହେଉଛି । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳ ରୁ ।
ଜି.ଉଦୟଗିରି ଏନଏସିର ଶ୍ରୀରାମପଦା ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ଅଞ୍ଚଳରୁ ମନଇଛ। ମୁରୁମ ଚାଲାଣ କରାଯାଉଥିବା ଦେଖାଯାଇଛି । ଫଳରେ ସେହି ଅଞ୍ଚଳରେ ପୋଖରୀର ଭ୍ରମ ସୃଷ୍ଟି ହେଉଛି। ଏପଟେ ସରକାରଙ୍କ ରାଜସ୍ୱ ବାବଦରେ ଲକ୍ଷଲକ୍ଷ ଟଙ୍କା କ୍ଷତି ହେଉଛି । କିଛିରାଜସ୍ୱ ଓ ବନ କର୍ମଚାରିହାତଗୁଞ୍ଜା ନେଇ ଏମାନଙ୍କୁ ଘଣ୍ଟ ଘୋଡାଇ ରଖିଥିବା ଶୁଣିବାକୁ ମିଳୁଛି ।
ତେବେ ଏ ନେଇ ଅଭିଯୋଗ ହେବା ପରେ ତହସିଲଦାର କୁ ଆଡେସୋମବାର ଦିନ ଘଟଣାକ
ସ୍ଥଳକୁ ଯାଇ ମୋରମ ଭର୍ତ୍ତୀ ଟ୍ରକ , ଟ୍ରାକ୍ଟର ଅଟକାଇ ତଦନ୍ତ ଆରମ୍ଭ କରିଛନ୍ତି ।
ମୋରମ ମାଫିଆଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *