🌞🕉⚛🌞 ରାଶିଫଳ🌞🕉⚛🌞

admin | April 27, 2020 | 55 views |0 | Vastu & Astrology

୨୭/୦୪/୨୦୨୦ :: ସୋମବାର, ତୃତୀୟା/ଚତୁର୍ଥୀ

ମେଷ : ଆର୍ଥିକ ଏବଂ ବ୍ୟବସାୟୀକ ରୂପରେ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ଅଧିକ ଲୋକମାନଙ୍କ ସହିତ ସମ୍ପର୍କରେ ରହିବାକୁ ଅବସର ମିଳିବ।

ବୃଷ : ବିଚାରର ବିଶାଳତା ଏବଂ ବାଣୀର ଜାଦୁ ଆଜି ଅନ୍ୟକୁ ପ୍ରଭାବିତ ଏବଂ ମନ୍ତ୍ରମୁଗ୍ଧ କରିବ। ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବା ଉପରେ ମଧ୍ୟ ନିଷ୍ଠାପୂର୍ବକ ଆପଣ ଆଗକୁ ବଢ଼ିବେ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।

ମିଥୁନ : ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବାରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି। ଜମି, ମଲ୍କିୟତ ଆଦିର ଚର୍ଚ୍ଚାରୁ ବଞ୍ଚନ୍ତୁ।

କର୍କଟ : କାର୍ଯ୍ୟସଫଳତା ଏବଂ ନୂଆ କାର୍ଯ୍ୟର ଶୁଭାରମ୍ଭ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ପ୍ରିୟ ବ୍ୟକ୍ତିମାନଙ୍କର ସାନିଧ୍ୟରେ ମନ ରୋମାଞ୍ଚିତ ବନିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ। ଆଜି କାହା ସାଥିରେ ପ୍ରେମ ବନ୍ଧନରେ ବାନ୍ଧିହେବେ।

ସିଂହ : ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିଜର ବାକପଟୁତାରେ ବିଜୟ ପାଇବେ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।

କନ୍ୟା : ବୈଚାରିକ ସମୃଦ୍ଧି ଏବଂ ବାଣୀର ମୋହରେ ଆପଣଙ୍କୁ ଲାଭ ହେବ ଏବଂ ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।

ତୁଳା : ଆପଣଙ୍କ ବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଅନ୍ୟ ବ୍ୟକ୍ତିମାନଙ୍କ କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।

ବିଚ୍ଛା : ଜଗନ୍ନାଥଙ୍କର କୃପାରେ ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମିତ୍ରମାନଙ୍କ ସହିତ ପିକନିକର ଆୟୋଜନ ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି। ବରିଷ୍ଠ ନାଗରୀକମାନଙ୍କ ସହଯୋଗରେ ପ୍ରଗତି ହେବାର ସମ୍ଭାବନା।

ଧନୁ : ଆର୍ଥିକ ଏବଂ ବ୍ୟାପାରିକ ଆୟୋଜନ କରିବା ପାଇଁ ଶୁଭ ଦିନ ଅଟେ। କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ପ୍ରମୋସନ ଏବଂ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।

ମକର : ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଅମଳ ହେବ। ଲେଖନ ଏବଂ ସାହିତ୍ୟ ସମ୍ବନ୍ଧିତ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ସୃଜନାତ୍ମକତା ଦେଖାଯିବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ। ପରିଣାମସ୍ଵରୂପ ଶାରୀରିକ ଆଳସ୍ୟ ଏବଂ ଅଶାନ୍ତି ହୋଇପାରେ। ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।

କୁମ୍ଭ : ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ, ଧ୍ୟାନ ରଖିବେ, ଶେଷରେ ସବୁ ଠିକ୍ ହୋଇଯିବ।

ମୀନ : ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ହେବ। ପ୍ରେମୀଜନମାନଙ୍କ ରୋମାନ୍ସ ଅଧିକ ଗଭୀର ହେବ। ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।

Share this

Related Posts

ଆଜିର ରାଶିଫଳ

Udaya_Labanya | July 28, 2023 | 25 views |0

ଅଦ୍ୟ ଜୁଲାଇ ମାସ ୨୮ ତାରିଖ ୨୦୨୩ ମସିହା(ଶୁକ୍ରବାର)ଶକାବ୍ଦ -୧୯୪୫ସମ୍ବତ -୨୦୮୦ଦିଲ୍ଲୀସ୍ୱରାଦ୍ଧ-୧୪୩୦ସମ୍ବତ୍ସର-ପିଙ୍ଗଳଶ୍ରାବଣମାସ-ମଳ ଶୁକ୍ଳପକ୍ଷତିଥି- ଦଶମୀ ଦିବା ଘ୦୨/୪୪ ପର୍ୟ୍ୟନ୍ତ ତଦନ୍ତେ ଏକଦଶୀନକ୍ଷତ୍ର-ଅନୁରାଧା ରାତ୍ରି ଘ୦୧/୩୦ ପର୍ୟ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାଚନ୍ଦ୍ର- ବିଛାଯୋଗ- ଶୁକ୍ଲକରଣ - ଗରସୌରମାସ- କର୍କଟ ୧୨ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୨୪ସୂର୍ଯ୍ୟାସ୍ତ -ସନ୍ଧ୍ୟା…

ଆଜିର ରାଶିଫଳ

Udaya_Labanya | March 4, 2023 | 46 views | 0

ଅଦ୍ୟ ମାର୍ଚ୍ଚ ମାସ ୦୫ ତାରିଖ ୨୦୨୩ ମସିହା(ରବିବାର)ଶକାବ୍ଦ -୧୯୪୪ସମ୍ବତ -୨୦୭୯ଦିଲ୍ଲୀସ୍ୱରାଦ୍ଧ-୧୪୩୦ସମ୍ବତ୍ସର-ଅନଳଫାଲଗୁନମାସ-ଶୁକ୍ଳପକ୍ଷତିଥି- ତ୍ରୟୋଦଶୀ ଦିବା ଘ୦୨/୧୯ ଗତେ ଚତୁର୍ଦ୍ଦଶୀନକ୍ଷତ୍ର-ଅଶ୍ଳେଷା ରାତ୍ରି ଘ୧୦/୨୪ଗତେ ମଘାଚନ୍ଦ୍ର-କର୍କଟ ରାତ୍ରି ଘ୧୦/୨୪ ଗତେ ସିଂହଯୋଗ- ଅତିଗଣ୍ଡକରଣ - ତୈତିଳସୌରମାସ- କୁମ୍ଭ ୨୧ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ ଘ୦୬/୦୮/୦୮ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୦୯*✧═════•❁❀*ଯୋଗିନୀ…

Leave a Reply

Your email address will not be published. Required fields are marked *

Archives

Categories