#Exclusive

ମା ଦଖୀଣଚଣ୍ଡୀଙ୍କ ଶକ୍ତି ପୀଠରେ ବିଶ୍ଵ ଶାନ୍ତି ମହାଯଜ୍ଞ ଭକ୍ତି ଭାବମୟ ପରିବେଶରେ ସମ୍ପର୍ଣ୍ଣ ।

ଆଠଗଡ କନ୍ତୋଲ ର “ମା” ଦଖିଣଚଣ୍ଡୀଙ୍କ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି, ଗତ ୨୦ ବର୍ଷ ଧରି ଏହି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି, ଦକ୍ଷିଣ ଚଣ୍ଡୀଙ୍କ ଏହି ପୀଠଟି ଶକ୍ତିପୀଠ ଭାବେ ବେଶ ଜଣାଶୁଣା,

କାହିଁ କେଉଁ କାଳରୁ ଏହି ଶକ୍ତି ପୀଠ ମା ଦକ୍ଷିଣ ଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି ତା କେହିବି କହି ପାରିବେ ନାହିଁ,ତଥାବି ରାଜା ରାଜୁଡା ଶାସନ ସମୟରୁ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବାର ସୂଚନା ମିଳେ,ପଞ୍ଚୁ ପାଣ୍ଡବଙ୍କ ମାତା କୁନ୍ତି ଙ୍କ ବାପ ଘର ଏହି ଗ୍ରାମରେ,ସେହି ଅନୁସାରେ ଏହି ଗ୍ରାମର ନାମ ରଖାଯାଇଛି କନ୍ତଲ,ଆଠଗଡ ରାଜା ବିଶ୍ୱନାଥ ଦେବବର୍ମା, ରଘୁନାଥ ଦେବବର୍ମା,

ରାଧାନାଥ ଦେବବର୍ମା ଏଠାରେ ତିନିଗୋଟି ମନ୍ଦିର ପ୍ରଥମେ ନିର୍ମାଣ କରିବା ପରେ ମା ଦକ୍ଷିଣ ଚଣ୍ଡୀ ଏକ ଗୁମ୍ଫା ଭିତରେ ପୂଜା ପାଉଥିଲେ,ପରବର୍ତୀ ସମୟରେ ଏହି ଗଡଜାତିଆ ରାଜା ମାନେ ଏଠାରେ ମନ୍ଦିର ପ୍ରତିଷ୍ଠା କରିଥିବାର ଜଣା ଯାଏ,

ମାଙ୍କ ମୁହଁ ଦକ୍ଷିଣକୁ ହୋଇଥିବାରୁ ମା ଦକ୍ଷିଣ ଚଣ୍ଡୀ ନାମରେ ପୂଜା ପାଉଛନ୍ତି,ପ୍ରତେକ ବର୍ଷ ମାଘମାସ ପୂର୍ଣ୍ଣିମା ପୂର୍ବରୁ ଯଜ୍ଞ ଆରମ୍ଭ ହୋଇ ପୂର୍ଣ୍ଣିମା ରେ ଶେଷ ହୁଏ,ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ବିଶେଷ ଙ୍କ ସହଯୋଗ ରେ ପ୍ରତିବର୍ଷ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି।

Leave a comment

Your email address will not be published. Required fields are marked *