#Uncategorized

ଖୋର୍ଦ୍ଧା ରେ କରୋନା କାବୁ ପାଇଁ ଗଞ୍ଜାମ ରଣନୀତି

ଭୁବନେଶ୍ୱର(ଉଲାପ୍ର)ଖୋର୍ଦ୍ଧାରେ କରୋନା ମୁକାବିଲା ପାଇଁ ନୂଆ ରଣନୀତି ଆପଣେଇବେ ସରକାର । ଖୋର୍ଦ୍ଧାରେ ଅଣାୟତ୍ତ କରୋନା ସ୍ଥିତିରେ ରୋକ ଲଗାଇବାକୁ ଲାଗୁ ହେବ ଗଞ୍ଜାମ ରଣନୀତି । କୋଭିଡ ସ୍ଥିତି ସମୀକ୍ଷା ପାଇଁ ବସିଥିବା ବୈଠକରେ ରାଜଧାନୀ ଭୁବନେଶ୍ୱର ସହ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯାଇଛି । ଗଞ୍ଜାମରେ କୋଭିଡ୍ ନିୟନ୍ତ୍ରଣ ରଣନୀତି ସଫଳ ହେବା ପରେ ଗଞ୍ଜାମ୍ ଜିଲ୍ଲା କରୋନା ନିୟନ୍ତ୍ରଣ ଦାୟିତ୍ଵରେ ଥିବା ଆଇଏଏସ ଅଧିକାରୀ ବିଶାଲ ସିଂଙ୍କୁ ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ କୋଭିଡ୍ ନିୟନ୍ତ୍ରଣ ଦାୟିତ୍ୱ ଦିଆଯାଇଛି ।ଯେହେତୁ ଭୁବନେଶ୍ୱରରେ ବଡ଼ ବଡ଼ କାର୍ଯ୍ୟାଳୟ ସହ ବିମାନବନ୍ଦର, ରେଳ ଷ୍ଟେସନ ରହିଛି । ସେଥିପାଇଁ ଏହାକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ଅଧିକରୁ ଅଧିକ ଟେଷ୍ଟିଂକୁ ବୃଦ୍ଧି କରାଯିବ । କଣ୍ଟାକ୍ଟ ଟ୍ରେସିଂକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସ୍ଵତନ୍ତ୍ର କୋଭିଡ୍ ନିୟନ୍ତ୍ରଣ ଦାୟିତ୍ଵରେ ଆସିଥିବା ଆଇଏଏସ୍ ଅଧିକାରୀ ବିଶାଲ ସିଂ କହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାକୁ ଆପଣାଯିବ ନୂଆ ଷ୍ଟ୍ରାଟେଜି ।

Leave a comment

Your email address will not be published. Required fields are marked *