#Breaking News

ପ୍ରବଳ ବର୍ଷା ଓ ବଜ୍ରପାତରେ ୭ଟି ଗୋରୁଗାଈଙ୍କ ମୃତ୍ୟୁ:କ୍ଷତି ପୂରଣ ଯୋଗାଇ ଦେବା ପାଇଁ ଦାବୀ


ବାଲିଗୁଡା,୨୭/୦୬.ସଞ୍ଜୟ କୁମାର ପାଣିଗ୍ରାହୀ):ବର୍ତ୍ତମାନ କିଛି ଦିନ ହେଲା ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟମ ରୁ ବଡ଼ ଧରଣର ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ହେବା ଫଳରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କ୍ଷୟକ୍ଷତି ହେଉଥିବା ବେଳେ ଅପରାହ୍ନ ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ର ଗାମାଣ୍ଡି ଗ୍ରାମରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ଘଟି ୭ଟି ଗୋରୁଗାଈର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ ବର୍ଷାହେବା ଫଳରେ ସବୁ ଗାଈଗୋରୁ ଗଛମୂଳରେ ଆଶ୍ରୟ ନେଇଥିଲେ ସେତେବେଳେ ହଠାତ୍‌ ବଜ୍ରପାତ ଘଟିଥିଲା । ଫଳରେ ଆଶ୍ରୟ ନେଇଥିବା ୭ଟି ଗୋରୁଗାଈଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବରଣ କରିଥିବା ସବୁ ଗୋରୁଗାଈ ଗମାଣ୍ଡି ଗ୍ରାମର । ଗୋରୁଗାଈ ମାଲିକ ଜଣକ ଆର୍ଥିକ ସ୍ଵଛଳ ନ ଥିବା ଫଳରେ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave a comment

Your email address will not be published. Required fields are marked *