କୁଆଖିଆରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍; ହେଲପର ସହ ୨ ମୃତ

admin | May 3, 2020 | 211 views |0 | Exclusive

କୁଆଖିଆ: ଯାଜପୁର ଜିଲାର କୁଆଖିଆ ଫ୍ଲାଏଓଭର ଉପରେ ଏକ କଦଳୀ ବୋଝେଇ ଗାଡ଼ି ସହ ଅନ୍ୟ ଏକ ଟ୍ରକର ଧକ୍କା ଲାଗି ୨ ଜଣ ପ୍ରାଣ ହରାଇଛନ୍ତି । ଜଣେ ମୃତକଙ୍କୁ ଚିହ୍ନଟ କରାଯାଇଛି ଓ ସେ ଦୁର୍ଘଟଣାଗ୍ରସ୍ତ ଗୋଟିଏ ଗାଡ଼ିର ହେଲପର ଥିଲେ । ଅନ୍ୟ ମୃତକଙ୍କ ପରିଚୟ ମିଳିନାହିଁ । ସେହିପରି ଦୁଇ ଗାଡ଼ିର ଡ଼୍ରାଇଭର ଗୁରୁତର ଆହତ ହୋଇଛନ୍ତି ଓ ସେମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂତ୍ରୁ ମିଳିଥିବା ସୂଚନା ଅନୁସାରେ କଟକ ଆଡ଼ୁ କଲକତା ଆଡ଼କୁ ଯାଉଥିବା ଏହି କଦଳୀ ବୋଝେଇ ଟ୍ରକଟି ଅକସ୍ମାତ ଭାରସାମ୍ୟ ହରାଇ ଫ୍ଲାଏ ଓଭର ଉପରେ ଓଲଟି ପଡ଼ିଥିଲା; ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ଟ୍ରକ୍ ସହ ଗାଡ଼ିଟିର ଧକ୍କା ହୋଇଥିଲା । କଦଳୀ ବୋଝେଇ ଗାଡ଼ିଟି ଆନ୍ଧ୍ରରୁ ରାଞ୍ଚି ଯାଉଥିବା ଜଣାପଡ଼ିଛି ।

Share this

Related Posts

ଆଜି ଘର ଚଟିଆ ଦିବସ, ହେଲେ ଘର…

Udaya_Labanya | March 20, 2023 | 36 views |1

ହଜି ଗଲେଣି ଘର ଚଟିଆ, ଚାକ ଚକ୍ୟ ସହରୀ ସଭ୍ୟତା ମଧ୍ୟରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁନାହିଁ, ଏମାନଙ୍କ ବଂଶ ବୃଦ୍ଧିପାଇଁ ବନବିଭାଗ ମଧ୍ୟ ପଦକ୍ଷେପ ନେଉନାହିଁ, ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ଘରର ଛାତ ତଳେ…

ଆଠଗଡ ରେ ବଂଶ ପରମ୍ପରାର ନଜିର ନାହିଁ,…

Udaya_Labanya | March 15, 2023 | 160 views | 0

ଆଠଗଡ ( buro news )ଆଠଗଡ ତିଗିରିଆ ଏକ ଗଡଜାତ ମାଟି ଓ ସଂଗ୍ରାମୀ ମାଟି, ଏହି ବିପ୍ଲବୀ ମାଟିରୁ ଆରମ୍ଭ ହୋଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ, ପ୍ରଜା ମଣ୍ଡଳ ଆନ୍ଦୋଳନ ଯୋଗୁ ରାଜାବି ହଟିଥିଲେ ରାଜଗାଦି ରୁ ଓ ଆଠଗଡ…

Leave a Reply

Your email address will not be published. Required fields are marked *

Archives

Categories