#Breaking News

ମମିତା ମେହେର କୁ ନ୍ୟାୟ ଦାବିରେ ରାଜସ୍ୱ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ପ୍ରତିବାଦ

ଢେଙ୍କାନାଳ(ଉଲାପ୍ର)ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ଢେଙ୍କାନାଳ ଗ୍ରସ୍ତକୁ ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା କଳା ପତାକା ଦେଖାଇ ପ୍ରତିବାଦ କରାଯାଇଥିଲା । ଓଡିଶା ରାଜସ୍ୱ ମନ୍ତ୍ରୀ ଆଜି ଢେଙ୍କାନାଳ ଗ୍ରସ୍ଥ କରିଥିବା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଅଧିକାର କର୍ମୀ ଶ୍ୟାମସୁନ୍ଦର ସାହୁ, ଉତ୍ତମ ମହାନ୍ତି, ପ୍ରିୟବ୍ରତ ଗଡନାୟକ ଓ ବିକାଶ ନାୟକଙ୍କ ଦ୍ୱାରା କଳା ପତାକା ଦେଖାଇ ପ୍ରତିବାଦ କରିବା ସହ ମମିତା ହତ୍ୟାକାଣ୍ଡ ରେ ଜଡ଼ିତ ମନ୍ତ୍ରୀଙ୍କୁ ଗିରଫ କରିବାକୁ ନାରା ଦେଇଥିଲେ । ଢେଙ୍କାନାଳ ପୋଲିସ ତରଫରୁ ସେମାନଙ୍କୁ ଉଠାଇ ନେବା ସହ ଥାନାରେ ଅଟକ ରଖାଯାଇଛି ।

Leave a comment

Your email address will not be published. Required fields are marked *