#Breaking News

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ଦଶ ବର୍ଷ କାରାଦଣ୍ଡ


ଫୁଲବାଣୀ (ସୁନୀଲ ପଟନାୟକ )
ଏକ ନାବାଳିକା ଦୁଷ୍କର୍ମ ମାମଲା ରବିଚାର କରି ଫୁଲବାଣୀ ସ୍ୱତନ୍ତ୍ର କୋର୍ଟ ବିଚାର ପତି ଭାସ୍କର ଚନ୍ଦ୍ର ସାହୁ ଅଭିଯୁକ୍ତ ମୁକୁନ୍ଦ ମଲିକ କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ପଚାଶ ହଜ଼ାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟଅ ଧିକ ୬ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି l
ସୂଚନା ଯୋଗ୍ୟ ଯେ ଗତ 16/11/2016ରେ ନାବାଳିକା ଜଣକ ଆଧାରକାର୍ଡ଼ ଧରିଏକାକୀ ଅସୁଥିଵାବେଳେ ପାହାଡିଆ ରାସ୍ତାରେ ଅଭିଯୁକ୍ତ ଜଣକ ଟେକିନେଇ ପୋଷାକ ଚିରି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା l ଏଥି ସହ ଅଭିଯୁକ୍ତ ମୁକୁନ୍ଦ ଏନେଇ କାହାକୁ ଜଣାଇଲେ ହତ୍ୟା କରିବ ବୋଲି ଧମକମଧ୍ୟ ଦେଇଥିଲା l
ଏ ନେଇ କୋଟଗଡ ଥାନା ରେ 49/16ରେ ମାମଲା ରୁଜ୍ଜୁ ହୋଇଥିଲା l
ସlକ୍ଷ ପ୍ରମାଣ କୁ ଭିତ୍ତି କରି ଆଜି ଅଦାଲତ ଏହି ରାୟ ଶୁଣାଇଛନ୍ତି l

Leave a comment

Your email address will not be published. Required fields are marked *