#Uncategorized

ଭଦ୍ରକରେ ପ୍ରେସ କ୍ଳବ ଖୋଲିବା ପାଇଁ ଜରୁରୀ ବୈଠକ ଅନୁଷ୍ଠିତ

ଭଦ୍ରକ : ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ସାମ୍ବାଦିକ ମାନଙ୍କ ପାଇଁ ପ୍ରେସ କ୍ଲବର ସ୍ଥାପନା ହୋଇଥିବା ବେଳେ, ଭଦ୍ରକରେ ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପାଇଁ ଉଦ୍ଧିଷ୍ଟ #ପ୍ରେସକ୍ଳବ ଟି ବିଭିନ୍ନ କାରଣ ରୁ ବନ୍ଦ ହୋଇ ପଡିଛି । ଏହାର ପୁନରୁଦ୍ଧାର କିମ୍ବା ନୂତନ ଭାବରେ ଏହାକୁ ଗଡି ତୋଳିବାର ପ୍ରସ୍ତାବକୁ ନେଇ ସମସ୍ତ ସାମ୍ବାଦିକ ମାନଙ୍କ ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ଭଜ ଗୋବିନ୍ଦ ଜେନାଙ୍କ ନେତୃତ୍ୱରେ ଅୟୋଜିତ ହୋଇଥିବା ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ନିହାର ଦାସ,ପ୍ରତାପ ଦାସ,ପ୍ରମୋଦ ରାୟ,ରବି ନାରାୟଣ ଖିଲାର, ତପନ ସ୍ଵାଇଁ ,ଗୌରହରି ନାୟକ,ଶିବାନନ୍ଦ ଦାସ ,ଉମାକଲ୍ୟାଣ ମହାପାତ୍ର ଓ ସତ୍ୟଭୂଷଣ ସ୍ଵାମୀଙ୍କ ଉପସ୍ଥିରେ ପ୍ରେସ କ୍ଲବର ପୁନରୁଦ୍ଧାର ବିଷୟରେ ବିଶେଷ ଆଲୋଚନା ହୋଇଥିଲା। ଆଗାମୀ ୧୫ ଦିନ ମଧ୍ୟରେ ଏହାକୁ ଖୋଲିବା ପାଇଁ ସମସ୍ତ ଉଦ୍ୟମ କରାଯିବ। ଏହାଦ୍ବାରା କାର୍ଯ୍ୟରତ ସାମ୍ବାଦିକ ମାନେ ଏକ ହୋଇ କାର୍ଯ୍ୟ କରିବେ ଏବଂ ସାମ୍ବାଦିକ ମାନଙ୍କର ବିଭିନ୍ନ ଦାବିକୁ ସରକାର ଓ ପ୍ରଶାସନ ପାଖରେ ଉପସ୍ଥାପନ କରି ପାରିବେ। ଆଗକୁ ଏହି କ୍ଳବରେ ସମସ୍ତଙ୍କୁ ଯୋଡ଼ାଯିବା ନେଇ ପ୍ରସ୍ତାବ ଆଗତ ହୋଇଥିଲା। ଜିଲ୍ଲାରେ ଅନେକ ଗୁଡିଏ ସାମ୍ବାଦିକ ସଙ୍ଘ କିମ୍ବା ୟୁନିଟ କାର୍ଯ୍ୟ କରୁଛି, ତଥାପି ସମସ୍ତେ ଏକ ହୋଇ #ପ୍ରେସ_କ୍ଲବର ସ୍ଥାପନା କୁ ନେଇ ଏକତ୍ରିତ ହୋଇଛନ୍ତି। ଏପରି ଅବସ୍ଥାରେ ଆଗକୁ ଯଦି ପ୍ରେସ କ୍ଳବ ନିର୍ମାଣରେ କେହି ବାଧକ ସାଜନ୍ତି କିମ୍ବା ଏହାକୁ ନେଇ କେଇ ହୀନ ରାଜନୀତି କରନ୍ତି ତାହାହେଲେ ସେମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନିଶ୍ଚୟ । ସାମ୍ବାଦିକ ମାନଙ୍କ ହକ୍ ର ଲଢେ଼ଇରେ ପ୍ରକୃତ ସାମ୍ବାଦିକ ମାନେ ସାମିଲ ହେବାକୁ କ୍ଳବ ପକ୍ଷରୁ ନିବେଦନ କରାଯାଇଛି। ଆଗାମୀ ଦୁଇଦିନ ମଧ୍ୟରେ ଏହାର ରୂପରେଖ ଗଠନ କରାଯିବ। ଅନୁଷ୍ଠିତ ଆଜିକାର ଏହି ଜରୁରୀ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ରାଜେନ୍ଦ୍ର ଜେନା,ଶୈଳେନ୍ଦ୍ର ପଲେଇ,ଦିଲୀପ ମହାନାୟକ, ନବକିଶୋର ସ୍ଵାଇଁ, ଖିତିଶ ସାମନ୍ତ, ସଂଜୟ ଦାସ, ଲିପିକା ରାଉତ,ସୁଜାତା ସ୍ଵାଇଁ,ରାକେଶ ଦାସ,ସୀତାକାନ୍ତ ପାଢ଼ୀ, ସାଧନ ଧର, ନସିମ ଆଖତର ଓ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ପାଇଁ ଯଥାଶୀଘ୍ର ପ୍ରେସ କ୍ଲବର ନିର୍ମାଣ ଦାବି ରଖିଥିଲେ।

Leave a comment

Your email address will not be published. Required fields are marked *