#Breaking News #Uncategorized

ସ୍ୱାମୀଙ୍କଦ୍ଵିତୀୟବିବାହ ଅଭିଯୋଗ କରି ନ୍ୟାୟ ପାଇଁ ଏସପିଙ୍କ ଦ୍ଵାରସ୍ଥ ପ୍ରଥମ ସ୍ତ୍ରୀ

ଫୁଲବାଣୀ- (ସୁନୀଲ ପଟନାୟକ) _ ନ୍ୟାୟ ପାଇଁ ଦ୍ଵାର ଦ୍ଵାର ବୁଲୁଛନ୍ତି ମହିଳା ନିଜ ସ୍ୱାମୀ ଙ୍କୁ ପାଇବା ପାଇଁସଂଘର୍ଷ କରୁଛନ୍ତି l ଫିରିଙ୍ଗିଆ ବ୍ଳକ ର ରବିଙ୍ଗିଆ ଗ୍ରାମ ର ସ୍ଵର୍ଣ୍ଣ ପ୍ରଭା କହଁର ।
ଗତ 2009 ଜୁନ ରେ ଖଜୁରୀପଡ଼ା ଦରଡି ଗ୍ରାମର ସ୍ଵର୍ଣ୍ଣ ପ୍ରଭା ରବିଙ୍ଗିଆ ଗ୍ରାମ ର ପ୍ରତାପ କହଁର ଙ୍କୁ ବୈଦିକରିତୀରେ ବିବାହ କରିଥିଲେ l ପ୍ରତାପଙ୍କ ଗୋଟଏ ଝିଅ ଓ ଗୋଟଏ ପୁଅ ଥିବା ସ୍ୱତେ ସେ ପୁଣି ଦ୍ୱିତୀୟବିବାହ କରିଥିବା ଅଭିଯୋଗ କରି ସ୍ଵର୍ଣ୍ଣ ପ୍ରଭା ଆଜି ବୁଧବାର ଫୁଲବାଣୀ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ l ଗତ କିଛି ବର୍ଷ ହେଲା ସ୍ଵର୍ଣ୍ଣ ପ୍ରଭା ଓ ସ୍ଵାମୀ ପ୍ରତାପ ଙ୍କ ମଧ୍ୟରେ ଝଗଡ଼ା ଓ ମନମାଳିନ୍ୟ ହୋଇ ଥିବାରୁ ପ୍ରତାପ ଙ୍କ ପରିବାର ସ୍ଵର୍ଣ୍ଣ ପ୍ରଭାଙ୍କୁ କୁ ଆଡେ ଘରୁ ତଡ଼ି ଦେଇଥିଲେ l ଯାହାଫଳରେ ସ୍ଵର୍ଣ୍ଣ ପ୍ରଭା ନିଜ ବାପଘର ଖଜୁରୀପଡାରେ ଦୁଇ ପିଲାଙ୍କୁ ନେଇ ରହିଛନ୍ତି l ତେବେନିଜ ସ୍ୱାମୀ ପୁଣି ଦିତୀୟ ବିବାହ କରିଛନ୍ତି ଓ ତାଙ୍କର ଗୋଟଏ ସନ୍ତାନ ହୋଇଥିବା ଖବର ପାଇ ଫିରିଙ୍ଗିଆ ଥାନା ରେ ଅଭିଯୋଗ କରିଥିଲେ l
ଅଭିଯୋଗ କରିବା ପରେ ଥାନା ଅଧିକାରୀ ଏ ନେଇ କୌଣସି 6 ଠାସ ପଦକ୍ଷେପ ଗ୍ରହଣ ନ କରିବା ଫଳରେ ସୂର୍ଣ୍ଣପ୍ରଭା ଛୁଆପିଲାଙ୍କୁ ନେଇ ବୁଧବାର କନ୍ଧମାଳ ଏସପିଙ୍କ କାର୍ଯ୍ୟାଳୟରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଥିଲେ l ନିଜ ସ୍ୱାମୀ ଙ୍କୁ ଫେରିପାଇବା ପାଇଁ ଆକୁଳ ନିବେଦନ କରିବା ପରେ ବରୀଷ୍ଠ ପୋଲିସ ଅଧିକ।ରି ସ୍ଵର୍ଣ୍ଣପ୍ରଭା ଙ୍କୁ ଫିରିଙ୍ଗିଆ ଥାନାକୁ ଯିବାକୁ କହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବାପରେ ଫିରିଙ୍ଗିଆ ପୋଲିସ ସ୍ବର୍ଣ୍ଣପ୍ରଭା ଙ୍କ ଅଭିଯୋଗର ତଦନ୍ତ ଆରମ୍ଭ କହିଛନ୍ତି ।
ତେବେ ଫିରିଙ୍ଗିଆ ପୋଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓ ପିଡିତା କିଭଳି ନ୍ୟାୟ ପାଇବେ ତାହା ଦେଖିବାର କଥା। ଏନେଇ ଫରିଙ୍ଗିଆ ପୋଲିସର ମତାମତ ମିଳି ପାରିନାହିଁ।

Leave a comment

Your email address will not be published. Required fields are marked *