#Breaking News

ଅଟୋ ସହ ଗଞ୍ଜେଇ ଜବତ: ଜଣେ ଗିରଫ


ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଗଂଜେଇ ଚାଲାଣ ସମୟରେ ବାଲିଗୁଡା ପୋଲିସ ଦ୍ୱାରା ଜଣେ ଗିରଫ ହେବା ସହ ଗଂଜେଇ ଓ ଅଟୋକୁ ଜବତ କରାଯାଇଛି । ସୁଚନାରୁ ପ୍ରକାଶ ଯେ ବାଲିଗୁଡା ପୋଲିସ ଏଏସଆଇ ସସ୍ମିତା ପ୍ରଧାନ ଓ ଅନ୍ୟ ପୋଲିସ ବାହିନୀ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଅଟୋରେ ଗଂଜେଇ ଯାଉଥିବା ସନ୍ଦେହ କରି ସେହି ଗାଡିକୁ ପିଛା କରିବା ପରେ ଅଟୋକୁ ତନଖି କରିବା ବେଳେ ଅଟୋ ଭିତରୁ ୧୫୦କେଜି ଗଂଜେଇ ବାହାରିଥିଲା । ଏହାପରେ ଅଟୋ ନଂ ଓଡି-୧୨-ଏ-୩୭୩୫ ସହ ଗଂଜେଇକୁ ଜବତ କରିଥିବା ବେଳେ ବିଦ୍ୟାଧର ମଳିକକୁ ଗିରଫ କରିଛନ୍ତି ଓ କେଶ ନଂ. ୨୫୮/୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲଣ କରଯାଇଥିବା ଆଇଆଇସି ବାବା ଶଙ୍କର ସରାଫ ସୁଚନା ଦେଇଛନ୍ତି ।

Leave a comment

Your email address will not be published. Required fields are marked *