#Uncategorized

ଗୁରୁଡ଼ିଝାଟିଆ ପରେ ଏବେ ଛଗାଁ,ମଞ୍ଚେଶ୍ୱର,ଧାଇପୁର ଚାଷୀ ଖୋଲିଲେ ମୁହଁ,ସୋସାଇଟିର ସଭ୍ୟ ନହୋଇ ମଧ୍ୟ ଲକ୍ଷଲକ୍ଷ ଟଙ୍କାର ଋଣ ହୋଇଛି


ଆଠଗଡ(ଉଲାପ୍ର)ଥରେ ଦେଖି ନିଅନ୍ତୁ ଏହି ଫଟୋକୁ,ବୟସ ହେଲାଣି ୭୦ରୁ ଉର୍ଦ୍ଧ,ଘରେ କେହି ନାହାଁନ୍ତି, ଝିଅ ଘରେ ରହୁଛନ୍ତି,ହେଲେ ତାଙ୍କ ନାମରେ ୨ଲକ୍ଷ ଟଙ୍କାର ଋଣ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଏହି ବୃଦ୍ଧା, ଖାଇବାକୁ ଗଣ୍ଡେ ପାଉ ନାହାଁନ୍ତି ହେଲେ ସେ ଏତେ ଟଙ୍କା ଆଣି କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ମଞ୍ଚେଶ୍ୱର ସୋସାଇଟି ର ଏହି ବୃଧା ମହିଳା,ମରିବାକୁ ବସିଲେଣି ହେଲେ ଟଙ୍କା ନନେଇ ତାଙ୍କ ନାମରେ ଆଜି ଋଣ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ଆଠଗଡ ବ୍ଲକ ଗୁରୁଡ଼ିଝାଟିଆ ସୋସାଇଟି ପରେ ଏବେ ପାଳି ପଡିଛି ମଞ୍ଚେଶ୍ୱର, ଧାଇପୁର,ଛଗାଁ ଚାଷୀଙ୍କ ର,ଯେଉଁ ଚାଷିମାନେ ଜମାରୁ ବିଭିନ୍ନ ସୋସାଇଟି ଠାରୁ ଋଣ ନେଇ ନାହାଁନ୍ତି ସେମାନଙ୍କ ନାମରେ ସୋସାଇଟି ସମ୍ପାଦକ ମାନେ ନୂଆ ପୁରୁଣା ଋଣ କରିବାକୁ କହି ଆଗୁଆ ଦସ୍ତଖତ ନେଇ ଏଭଳି ଜାଲିଆତି କରିଥିବା ତିନିଗୋଟି ସୋସାଇଟି ର ଚାଷିମାନେ ଅଭିଯୋଗ କରିଛନ୍ତି, ଆଠଗଡ ର ଯୁବ ସଙ୍ଗଠକ ଅଭୟ ବାରିକ ଙ୍କ ନେତୃତ୍ୱରେ ଧାଇପୁର ସରପଞ୍ଚ ଙ୍କ ବାସଭବନ ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମିଳନୀ ରେ ଚାଷିମାନେ ଅତ୍ୟନ୍ତ ସାଙ୍ଘାତିକ ତଥ୍ୟ ରଖିଥିଲେ,ସେମାନେ ଜମାରୁ ପାସ ବହି ଦେଖିନଥିବା ବେଳେ ଅଭୟ ବାରିକଙ୍କ ନେତୃତ୍ୱରେ ଚାଷିମାନେ ଆଠଗଡ କଟକ ସମବାୟ ବ୍ୟାଙ୍କ ରେ ଅଭିଯୋଗ କରିବା ପରେ ଏବେ ସତ୍ୟ ପଦା କୁ ଆସିଛି,ଚାଷୀଙ୍କ ନାମରେ ଏହି ତିନିଗୋଟି ସୋସାଇଟି ର ସମ୍ପାଦକ ମାନେ ସମବାୟ ମନ୍ତ୍ରୀଙ୍କ ପ୍ରରୋଚନାରେ ପଡି ଟଙ୍କା ଉଠାଇଥିବା ଅଭିଯୋଗ କରିଛନ୍ତି,
ଆଗାମୀ ଦିନରେ ସୋସାଇଟି ଦୁର୍ନୀତି ର ଆହୁରି ପରଦା ଫାସ ହେବବୋଲି ଅଭୟ ବାରିକ ଅଭିଯୋଗ କରିଛନ୍ତି, ଏହି ସାମ୍ବାଦିକ ସମିଳନୀ ରେ ଗୁରୁଡ଼ିଝାଟିଆ, ଛଗାଁ, ମଞ୍ଚେଶ୍ୱର, ଧାଇପୁର ପ୍ରଭୁତି ଅଞ୍ଚଳର ଚାଷିମାନେ ଯୋଗଦେଇଥିଲେ।

ଗୁରୁଡ଼ିଝାଟିଆ ପରେ ଏବେ ଛଗାଁ,ମଞ୍ଚେଶ୍ୱର,ଧାଇପୁର ଚାଷୀ ଖୋଲିଲେ ମୁହଁ,ସୋସାଇଟିର ସଭ୍ୟ ନହୋଇ ମଧ୍ୟ ଲକ୍ଷଲକ୍ଷ ଟଙ୍କାର ଋଣ ହୋଇଛି

ଆଜିର ରାଶିଫଳ

ଗୁରୁଡ଼ିଝାଟିଆ ପରେ ଏବେ ଛଗାଁ,ମଞ୍ଚେଶ୍ୱର,ଧାଇପୁର ଚାଷୀ ଖୋଲିଲେ ମୁହଁ,ସୋସାଇଟିର ସଭ୍ୟ ନହୋଇ ମଧ୍ୟ ଲକ୍ଷଲକ୍ଷ ଟଙ୍କାର ଋଣ ହୋଇଛି

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *