#Exclusive

ସିକ୍ୟୁରିଟି ଗାର୍ଡ ନଥିବାରୁ ଏଟିଏମ ଚୋରି ଉଦ୍ୟମ, ବ୍ୟାଟେରୀ ନେଇଗଲେ ଲୁଟେରା

ଫୁଲନଖରା: ଏଟିଏମରୁ ଟଙ୍କା ଚୋରି କରିବାକୁ ଆସିଥିଲେ ବି ପାରିନଥିଲେ ଦୁବୃର୍ତ୍ତ | ଏହା ପରେ ଏଟିଏମରେ ଥିବା ବ୍ୟାଟେରୀକୁ ନେଇ ଯାଇଛନ୍ତି ଲୁଟେରା | କଟକ ଜିଲ୍ଲା ଫୁଲନଖରା ଅଂଚଳରେ ଥିବା ଆନ୍ଧ୍ର ବ୍ୟାଙ୍କ ଏଟିଏମରୁ ଆଜି ଭୋରରୁ ଚୋରି ଉଦ୍ୟମ ହୋଇଥିବାବେଳେ ଚୋରମାନେ ସିସିଟିଭି ରୁମରେ ଥିବା ବ୍ୟାଟେରୀକୁ ଚୋରି କରି ନେଇଯାଇଛନ୍ତି |

ମିଳିଥିବା ସୂଚନା ମୁତାବକ ଏହି ଏଟିଏମରେ କୌଣସି ସୁରକ୍ଷାକର୍ମୀ ନଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇନଥିଲେ | ଯେଉଁଥିପାଇଁ ଲୁଟେରାଙ୍କ ନଜରରେ ରହିଥିଲା ଏହି ଏଟିଏମ | ଆଜି ଭୋର ପ୍ରାୟ ୫ଟାରୁ ୫.୩୦ ମଧ୍ୟରେ ଏହି ଚୋରି ହୋଇଥିବା ଜଣାପଡିଛି | ଲୁଟ ହୋଇଥିବା ଜାଣିବା ପରେ ବ୍ୟାଙ୍କ କର୍ମଚାରୀ ପୁଲିସକୁ ଖବର ଦେଇଥିଲେ |

ପୁଲିସ ଘଟଣାସ୍ଥଳରେ ପହଂଚି ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛି | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଦୁଇ ଜଣ ଦୁବୃର୍ତ୍ତ ଆସି ବ୍ୟାଟେରୀ ନେଇଯାଇଥିବାବେଳେ ଏଟିଏମକୁ କିନ୍ତୁ ନେଇପାରିନାହାନ୍ତି | ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏହି ଏଟିଏମରେ କୌଣସି ସୁରକ୍ଷାକର୍ମୀ ନଥିବାରୁ ଏଭଳି ଘଟଣା ଘଟିଛି |

Leave a comment

Your email address will not be published. Required fields are marked *