#Breaking News #Uncategorized

ଦୋକାନ ଘର ଆବ ଣ୍ଟନ ହେଉନି ଦେଢ଼ କୋଟି ଟଙ୍କା ପାଣିରେ ପଡିଲା


ଫୁଲବାଣୀ- (ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ର ଷ୍ଟାଡିୟମ ସମ୍ମୁଖରେ ଆଦିବାସୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ସଂରକ୍ଷିତ ରଖିବା ସହ ବିକ୍ରୀ କରିବାଲାଗି ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ୧୦ଗୋଟି ଦୋକାନ ଗୃହ ସମେତ ବିଶାଳ
ଗୋଦାମ ଗୃହ ମଧ୍ୟ ନିର୍ମାଣ କରାଯାଇଥିଲା।ଏଥିରେ ପ୍ରାୟ ଦେଢ କୋଟି ଟଙ୍କା ଖର୍ଚ କରାଯାଇଥିଲା ।
୨୦୧୫ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୧୭ ମସିହାରେ ଶେଷ ହୋଇଥିଲା । ହେଲେ ଆଜିକୁ ୪ବର୍ଷ ବିତିଯାଇଥିଲେ ମଧ୍ୟ ଏ ସବୁ ଦୋକାନଘର କାହାରିକୁ ଆଲଟ କରାନ ଯାଇ ସେ ପରିପଡି ରହିଥିବା ଦେଖିବାକୁ ମିଳିଛି । ରାଜ୍ୟସରକାର ଗୋଦାମ ଗୃହ ୧୦ଟି ଦୋକାନ ଗୃହ, ନିୟନ୍ତ୍ରୀତ ବଜାର କମିଟିକାର୍ଯ୍ୟାଳୟ, ସାଇକ ଲ ଓ ବାଇକ ଷ୍ଟାଣ୍ଡ, ବିଦ୍ୟୁତ, ପାନୀୟ ଜଳ ବ୍ୟବସ୍ଥା ପାଇଁ ୯୦ ଲକ୍ଷ ଟଙ୍କା ଅନୁବାନ ଦେଇଥିବାବେଳେ, ତ୍ରୟଦଶ ଅର୍ଥ କମିଶନ ପାଣ୍ଠିରୁ ୩୦ ଲକ୍ଷ ଓ ଅନ୍ୟାନ୍ୟ ପାଣ୍ଠିରୁ ୨୦ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ । ଏଠାରେ ନିର୍ମିତ ଦୋକାନ ଗୃହ ଗୁଡିକୁ ଚାଷୀ ଙ୍କୁ ଆଗ୍ରାଧିକାର ଭିତ୍ତିରେ ଦିଆଯିବା କଥା । ଚାଷୀମାନେ ନନେଲେ ସାଧାରଣ ଲୋକଙ୍କୁ ଦିଆଯିବା ଲାଗି ବ୍ୟବସ୍ଥା ରହିଛି ।ଗୋଦାମରେ ଚାଷୀମାନେ ସେମାନଙ୍କଉତ୍ପାଦୀତ ସାମଗ୍ରୀ ଓ ଜଙ୍ଗଲଜାତ ଦ୍ରବ୍ୟ ସାଇତି ରଖିବେ ଓ
ସେମାନଙ୍କୁ କମ୍ ମୂଲ୍ୟରେ ଭଡା ଦେବା ଲାଗି ମଧ୍ୟ ବ୍ୟବସ୍ଥା ରହିଛି । ଏହି ଭଡ଼ା ନିର୍ଦ୍ଧାରଣ କରିବାଲାଗି ପୁର୍ତ୍ତ ବିଭାଗକୁ ଦାୟିତ୍ଵ ଦିଆଯାଇଥିଲା । ହେଲେ ପୂର୍ତ ବିଭାଗ ଭଡ଼ା ନିର୍ଦ୍ଧାରଣ ନକରିପକାଇ ରଖିଛି । ଫଳରେ ଆରଏମସିଏସ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ସଂପାଦକ କହୁଛନ୍ତି ।
ଏପଟେ ଦେଢ କୋଟି ଟଙ୍କାରେ ନିର୍ମିତ ଏ ସବୁ ଦୋକାନଘର ଏବେ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି ।
ଅଞ୍ଚଳର ଚାଷୀମାନେ ମଧ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ରାଜସ୍ୱ ହାନୀ ମଧ୍ୟ ହେଉଛି । ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ।ଯଥାଶିଘ୍ର କାର୍ଯ୍ୟ କ।ରି ନ ହେଲେ ଆଗାମୀ ଦିନରେ ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇ ବାକୁ ବାଧ୍ଯ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *