#Uncategorized

ଧବଳେଶ୍ବରଙ୍କ ପୀଠରେ ଅନୁଷ୍ଠିତ ହେଲା ଦୁର୍ଲଭ ନାଗାର୍ଜୁନ ବେଶ


ଆଠଗଡ(ଉଲାପ୍ର)କରୋନା କଟକଣା ମଧ୍ୟରେ ଆଠଗଡ ର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ଙ୍କ ନିକଟରେ କାର୍ତ୍ତିକ ମାସର ତୃତୀୟ ପଞ୍ଚୁକ ରେ ଅନୁଷ୍ଠିତ ହୋଇଛି ଦୁର୍ଲଭ ନାଗାର୍ଜୁନ ବେଶ,ପ୍ରତେକ ଦିନ ବଡ଼ସିଂହାର ବେଶ ଅନୁଷ୍ଠିତ ହେଉଥିବା ବେଳେ ଆଜି ଯୋଡ଼ା ଆଶ୍ୱିନ ଯୋଗୁ ବାବାଙ୍କର ଏହି ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି,ଆଜି ଭୋରରୁ ବାବାଙ୍କ ମନ୍ଦିରରେ ବିଭିନ୍ନ ନୀତିକାନ୍ତି କରାଯିବା ପରେ ପହୁଡ଼ ଖୋଲାଯାଇ ବାବାଙ୍କୁ ମହାନଦୀର ୧୦୮ ଗରା ଜଳରେ ଜଳାଭିଷେକ କରାଯାଇଥିଲା,ଏହା ପରେ ବାବାଙ୍କ ମସ୍ତକରେ ଚୁଆ, ଚନ୍ଦନ,ଅଗୁରୁ,ଛେନା ଦିଆଯାଇ ଘର୍ଷଣ କରାଯିବା ପରେ ଗେଣ୍ଡୁ ଫୁଲରେ ବାବାଙ୍କ ଦୁର୍ଲଭ ବେଶ ନାଗାର୍ଜୁନ ବେଶ ରେ ସଜିତ କରାଯାଇଛି,ପୀଠକୁ କୌଣସି ଭକ୍ତ ଆସୁନଥିବା ବେଳେ ଅଳ୍ପ ସଂଖ୍ୟକ ପୂଜକ ମାନଙ୍କୁ ନେଇ ଏହି ବେଶ ଅନୁଷ୍ଠିତ ହୋଇଯାଇଛି,ବାବାଙ୍କ ଏହି ନାଗାର୍ଜୁନ ବେଶ ଅତ୍ୟନ୍ତ ମନୋ ମୁଗ୍ଧକର ହୋଇଛି,ଯଦି କ ରୋନା କଟକଣା ନଥାନ୍ତା ତେବେ ଆଜିର ଏହି କାର୍ତ୍ତିକ ମାସର ତୃତୀୟ ପଞ୍ଚୁକ ରେ ଧବଳେଶ୍ବର ପୀଠରେ ୫ଲକ୍ଷ ଭକ୍ତ ଏହି ବେଶକୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତେ,ତେବେ ମହାମାରୀ କରୋନା ଯୋଗୁ ପୀଠ ଯେମିତି ଖାଁ ଖାଁ ଲାଗୁଛି, ତଥାବି ଏହାରି ମଧ୍ୟରେ ଆଜି ରାତିରେ ପାଳନ ହେବ ବଡଓଷା,ଧବଳେଶ୍ବର ଙ୍କ ନୀତିକାନ୍ତିରେ ସେମିତି କିଛି ଫରକ ପଡ଼ିନାହିଁ ପୀଠରେ, ଆସନ୍ତାକାଲି ଧବଳେଶ୍ବର ଙ୍କ ଦୁର୍ଲଭ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ,ପୂର୍ଣ୍ଣିମା ଦିନ ଯୋଗୀ ବେଶ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *