#Education & Job

ରାଧାକୃଷ୍ଣଙ୍କୁ ୬୭୫ ପ୍ରକାର ଭୋଗ ଲାଗି ।

କଟକ/ପୁରୀ ମନୋରଞ୍ଜନ ମହାପାତ୍ର (୦୯/୧୨/୧୯): ଆଜି ହେଉଛି ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି। ଏହାକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଏ। ଏହି ଅବସରରେ ପୁରୀ ଶ୍ରୀଗୌରବିହାର ଆଶ୍ରମରେ ୬୭୫ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ରାଧାକୃଷ୍ଣଙ୍କ ପାଖେ ନୈବେଦ୍ୟ ଲାଗି କରାଯାଇଛି। ଏଥିସହ ବିବିଧ ପ୍ରକାର ବ୍ୟଞ୍ଜନରେ ଆପ୍ୟାୟିତ ହୋଇଛନ୍ତି ରାଜ୍ୟ ତଥା ବାହାରୁ ଆସିଥିବା ସାଧୁ ସନ୍ଥ ଓ ଭକ୍ତଗଣ। ଏହାସହିତ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ କିଛି ବିଧାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ସେପଟେ ଏହି ବହୁବିଧ ପ୍ରସ୍ତୁତ କରିବା ପାଇଁ ଆଶ୍ରମର ଅନ୍ତେବାସୀମାନେ ଗତକାଲିଠୁ ପ୍ରସ୍ତୁତି ଚଳାଇଥିଲେ। ବିଭିନ୍ନ ପ୍ରକାର ସୁସ୍ୱାଦୁ ଅନ୍ନ, ଡାଲି, ତରକାରୀ, ରସା, ଭଜା, ପିଠା, ମିଠା, ଶାଗ, ଚଟଣୀ, ଖିରୀ ଆଦି ପ୍ରସ୍ତୁତ କରି ପ୍ରଭୁଙ୍କ ନିକଟରେ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *