#Uncategorized

ଦୃଷ୍ଟି ହୀନଙ୍କ ପାଇଖାନା ଟଙ୍କା ବି ଖାଇଗଲେ ଝରିଗାଁ ଝରିଗାଁ

ଝରିଗାଁ(ଉଲାପ୍ର) ଝରିଗାଁ ବ୍ଲକରେ ଦୁର୍ନୀତି ର ଗନ୍ଧ ଏଯାଏ ଯାଇନି,କାରଣ ଏଠି ଗରିବ ଗୁରୁବାଙ୍କ ପାଇଖାନା ଟଙ୍କାକୁ ଖାଇବାକୁ ପଛାଇ ନାହାଁନ୍ତି ଟାଉଟର, ଦୃଷ୍ଟିଶକ୍ତି ଥିବା ସହ ସହ ଲୋକ forଙ୍କ ପାଇଖାନା ଲୁଟ ହୋଇ ଥିବା ବେଳେ ଜଣେ ଦୃଷ୍ଟି ହୀନ ବି ଏଥିରୁ ବାଦ ପଡି ନାହାନ୍ତି l ଦୃଷ୍ଟି ଶକ୍ତି ଥିବା ବାବୁ ମାନେ ଦିନ ଆଲୁଅରେ ଫୋଟୋ ଉଠାଇ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଖାନା ଟଙ୍କା କୁ ଖାଇଯାଇଛନ୍ତି l ଏଭଳି ଅଭାବ ନିୟ ଘଟଣା ଘଟିଛି ଝରୀଗାଁ ବ୍ଲକ ବଣୁଆ ଗୁଡା ଗାଁ ରେ l ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ହେଉଛନ୍ତି ଗାଁ ର ମଙ୍ଗଳସାଇ ମାଝୀ (27)l ମଙ୍ଗଳସାଇ ଅଭିଯୋଗ କରିଛନ୍ତି ଯେ, ଠିକାଦାର ଓ ଜେଇ ଆସି ପାଇଖାନା

ନିର୍ମାଣ କରିଦେବାକୁ ତାଙ୍କୁ ପ୍ରତିଶୃତି ଦେଇଥିଲେ l ପୋଡ଼ଶି ବୈଦନାଥ ମାଝୀ ଙ୍କ ପାଇଖାନା ଆଗରେ ଠିଆ କରାଇ ତାଙ୍କ ଫୋଟୋ ଉଠାଇ ନେଇଥିଲେ l ସେ ବାବଦରେ ପୁରା ଟଙ୍କା ହଡପ କରିଛନ୍ତି l ତାଙ୍କର ଆପଣାର ବୋଲି କେହି ନାହାନ୍ତି l ଜନ୍ମରୁ ବାପା ଆର ପାରିରେ l ମାଆ ଦେଢ଼ ବର୍ଷ ତଳେ ଚାଲିଗଲେ l ପ୍ରଥମେ ବାମ ଆଖିରେ ଦୃଷ୍ଟି ଶକ୍ତି ଚାଲି ଯାଇଥିଲା l ପରେ ଡାହାଣ ଆଖି ର ମଧ୍ୟ ଦୃଷ୍ଟି ଶକ୍ତି ଚାଲିଯାଇଛି l ଝିଙ୍କର ମାଟି ଘରେ ମୁଣ୍ଡ ଗୁଞ୍ଜିଛନ୍ତି l ସରକାରଙ୍କ ତରଫରୁ ତାଙ୍କୁ କେବଳ ଚାଉଳ ପାଞ୍ଚ କେଜି ମିଳୁଛି l ଦିବ୍ୟାଙ୍ଗ ଭତା ମିଳୁନି l ପୋଡ଼ଶୀଙ୍କ ପେଜ ତୋରାଣିରେ ଜୀବନ ବିତୁଛି l ତାଙ୍କ ପାଇଖାନା ହଡପ ଘଟଣାର ତଦନ୍ତ କରାଯାଇ ତାଙ୍କୁ ନ୍ୟାୟ ମିଳୁ ଓ ଦୋଷୀ ଅଧିକାରି ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ବୋଲି ଦାବି କରିଛନ୍ତି ମଙ୍ଗଳସାଇ l ଏ ସମ୍ପର୍କରେ ଜେଇ ସନ୍ତୋଷ ବିଶ୍ୱାଳ ଙ୍କୁ ଯୋଗାଯୋଗ କରିବାକୁ କରିଥିଲୁ l ସେ ଫୋନ ନ ଉଠାଇବାରୁ ପ୍ରତିକ୍ରିୟା ମିଳିପାରୁନି lକଂଗ୍ରେସ ର ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି ପାଇଖାନା ଦୁର୍ନୀତି ର ଫର୍ଦl ପାସ ହୋଇସାରିଛି l ଝରୀଗାଁ ବ୍ଲକ ରେ ପାଇଖାନା ଦୁର୍ନୀତି ସାରା ରାଜ୍ୟରେ ହୋଇଚଇ ସୃଷ୍ଟି କରିଥିଲା l ଏହି ଘଟଣାରେ ଝରୀଗାଁ ବିଡ଼ିଓ ନିଲମ୍ବନ ହୋଇଛନ୍ତି l ତାଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟନୁଷ୍ଟାନ ଜାରି ରହିଛି l ଝରୀଗାଁ ବ୍ଲକ ରେ ପନ୍ଦର ହଜାର ପାଇଖାନା ଚୋରି ହୋଇଛି l ଜଣେ ଅସହାୟ ବ୍ୟକ୍ତିଙ୍କର ପାଇଖାନା ଟଙ୍କାକୁ ବି ହଡପ କରାଯାଇଛି l ଆଗାମୀ ଦିନରେ ଏହାକୁ ନେଇ କଂଗ୍ରେସ ଲଢେଇ ଜାରି ରଖିବ l

Leave a comment

Your email address will not be published. Required fields are marked *