#Uncategorized

ପେଟ୍ରୋଲ ପମ୍ପରେ ଦାଦାଗିରି; ତେଲ ପକାଇଲେ, ଟଙ୍କା ମାଗିବାରୁ ବନ୍ଧୁକ ଦେଖାଇଲେ

ଭୁବନେଶ୍ୱର(): ପେଟ୍ରୋଲ ପମ୍ପରେ ଦାଦାଗିରି ଦେଖାଇ ମାଗଣାରେ ତେଲ ପକାଇ ଛୁ ମାରିଲେ ଦୁର୍ବୃତ୍ତ। ରାତି ଅଧରେ ପେଟ୍ରୋଲ ପମ୍ପକୁ ଆସିଲେ। ତେଲ ପକାଇବା ପରେ ପଇସା ନଦେଇ ପେଟ୍ରୋଲ୍ ପମ୍ପ କର୍ମୀଙ୍କୁ ବନ୍ଧୁକ ଦେଖାଇ ଡରେଇଲେ, ଆଉ ବାଇକ୍‌ରେ ଛୁ ମାରିଲେ। ଏପରି କିଛି ଘଟଣା ଘଟିଛି ଭୁବନେଶ୍ୱର ସୁନ୍ଦରପଦାର ଏକ ପେଟ୍ରୋଲ ପମ୍ପରେ। ଯେଉଁଠି ୧୧ ତାରିଖ ସନ୍ଧ୍ୟା ସମୟରେ ତିନି ଜଣ ଦୁବୃର୍ତ୍ତ ବାଇକ୍‌ରେ ଆସି ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଛନ୍ତି। ପ୍ରଥମେ ତେଲ ପକାଇବାକୁ ଆସି କ୍ରେଡିଟ୍ କାର୍ଡ ଦେବେ ବୋଲି କହିଥିଲେ। ହେଲେ ଏହା ପରେ ଜଣେ ବ୍ୟକ୍ତି ବନ୍ଧୁକ ବାହାର କରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦେଖାଇଥିଲେ। ଆଉ ଏହାପରେ ନିକଟରେ ଥିବା ସମସ୍ତ କର୍ମଚାରୀ ସେଠୁ ଦୌଡ଼ି ପଲାଇଥିଲେ।

Leave a comment

Your email address will not be published. Required fields are marked *