#Breaking News

ସ୍ଳୋଗ – ନିର୍ବାଚନ ବନ୍ଦ କରିବା ଦାବୀ କରି ଜିଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ ବସିଲେ ଜିରୀଡ଼ିକିଆ ଗ୍ରାମବାସୀ


ଫୁଲବାଣୀ (ସୁନୀଲ ପଟନାୟକ )
ନିର୍ବାଚନ କମିଶନର ଙ୍କ ନିର୍ଦେଶକୁ ଜିଲା ପ୍ରଶାସନ ର ଅଣଦେଖା। କନ୍ଧମାଳ ଜ଼ିଲ୍ଲା କ, ନୂଆଗାଁ ବ୍ଳକ ର ଜିରିଡିଗିଆ ପଞ୍ଚାୟତରେ କିଛି ୱାର୍ଡ ମିଶ୍ରଣ ପାଇଁ ଉଚ୍ଚ ନ୍ୟ l ୟାଳୟ ରେ ମାମଲା ବିଚାରଧୀନ ରହିଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ସେହି ପଂଚାୟତରେ ନିର୍ବାଚନ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। କିନ୍ତୁ ଜିଲା ପ୍ରଶାସନ ଉକ୍ତ ପଂଚାୟତ ରେ ନିର୍ବାଚନ କରିବାକୁ ଯାଉ ଛନ୍ତି। ଯାହାକୁଆଖ ପାଖ ପ୍ରାୟ ୧୫ ଟି ଗ୍ରାମର ଲୋକମାନେ ବିରୋଧ କରିସୋମବାର ଦିନତମାମ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସି ବିରୋଧ ପ୍ରଦର୍ଶନ କରୁ ଛନ୍ତି l ଦିନ ୧୧ ଟାରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବସିଥିବା ଦେଖିବାକୁ ମିଳିଛି। ଏନେଇ ଜିଲାପାଳ ନିର୍ବାଚନ କମିସନର ଙ୍କୁ ଲେଖି ଜଣାଇବା ପରେ ଗ୍ରାମବାସୀ ଉଠିବେ ବୋଲି କହିଛନ୍ତି।
ସେମାନଙ୍କ କହିବା କଥା ଉକ୍ତ ଗ୍ରାମ ମାନଙ୍କରୁ ପଂଚାୟତର ଦୁରତା ୧ 0 ରୁ ୧୫ କିଲୋମିଟର । ସେ ପୂଣି ଦୁଇରୁ ନିନୋଟି ପାହଡ଼ ଡେଇଂ ପାଦରେ ଚାଲି ଚାଲି ଚାଲି ଗଲେ ପଂଚାୟତ ରେ ପହଁଚି ପାରିବେ l ଭତା ଓ ଚାଉଳ ନେବାକୁ ବୃଦ୍ଧଓ ବୃଦ୍ଧା ମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଜିଲା ପ୍ରଶାସନ ନିର୍ବାଚନ କଂମିଶନ ଓ ଉଚ୍ଚ ନ୍ୟ lୟାଳୟ ର ନିର୍ଦେଶକୁ ମାନି ନିର୍ବାଚନ କୁ ବନ୍ଦ କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରି l ଗ୍ରାମବାସୀ ଙ୍କ ଦାବି ପୂରଣ ନହେଲେ ଜିଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଅନିର୍ଦିଷ୍ଟ ଯାଏଁ ଧାରଣା ରେ ବସି ରହିବୁ ବୋଲି କହିଛନ୍ତି ଆନ୍ଦୋଳନକାରି ନୀକୁ ପ୍ରଧାନ ଓ ମିନାକ୍ଷୀ ପ୍ରଧାନl
ତେବେ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାର କଥା l

Leave a comment

Your email address will not be published. Required fields are marked *