#Breaking News #Uncategorized

ବାଲିଗୁଡା:ଗଞ୍ଜେଇ ସହ ଇନୋଭା ଓ ବୋଲେରୋ ଜବତ:ଦୁଇ ଗିରଫ


ବାଲିଗୁଡା,୨୦/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ ପୂଜାରୀ ଙ୍କ ତତ୍ୱାବଧାନରେ ବାଲିଗୁଡ଼ା ଏସଆଇ ରବିନ୍ଦ୍ର ମୁଣ୍ଡାରୀ ଓ ଏକ ଟିମ କୋଭିଡ଼ କଟକଣା ପାଇଁ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା ବୁଡ୍ରୁକିଆ ପଞ୍ଚାୟତର ମାଦିନାଟ ଗ୍ରାମରେ ଗୋଟଏ ଇନୋଭା ଓ ବୋଲେରୋ ଗାଡ଼ିକୁ ଯାଞ୍ଚ କରିବା ସମୟରେ ୨୭୨ କେଜି ଗଞ୍ଜେଇ ସହ ୨ଜଣକୁ ଗିରଫ କରିଥିଲା | ସେମାନେ ହେଲେ ମନୋରଞ୍ଜନ ରାଉତ ଘର ଶୈଳଶ୍ରୀ ବିହାର ଭୁବନେଶ୍ୱର ଓ ସମୀର ଦିଗାଲ କାମପଡ଼ା ବାଲିଗୁଡ଼ା ବୋଲି ଜଣାପଡ଼ିଛି | ଏମାନଙ୍କ ନାମରେ ଏକ ମାମଲା କେଶନଂ. ୭୨/୨୧ରେ ରୁଜୁ କରି କୋର୍ଟ ଚାଲାଣ କରିଥିବା ବିଷୟ ସ୍ଥାନୀୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି |

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *