#Breaking News #Uncategorized

କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବାଇଡେନ ପ୍ରଶାସନର ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଭାରତ ପାଇଁ ପ୍ରସ୍ତାବ : ଆନ୍ଥୋନିଫସି କହିଲେ, ଆଗାମୀ କିଛି ସପ୍ତାହ ପାଇଁ ସଟଡାଉନ ଜରୁରୀ

ଭାରତ ସରକାର ସଟଡାଉନ ଭଳି ପଦକ୍ଷେପକୁ ଶେଷ ବିକଳ୍ପ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଉଥିବାବେଳେ ଭିନ୍ନ ମତ ରଖିଛନ୍ତି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଗାମୀ କିଛି ସପ୍ତାହ ଯାଏଁ ଶକ୍ତ କଟକଣା ଲଗାଇବାକୁ ପରାମର୍ଶ ଦେଇଛନ୍ତି ଆନ୍ଥୋନି ଫସି ।

ସେ ହେଉଛନ୍ତି, ଆମେରିକା ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ପରାମର୍ଶଦାତା । ଅର୍ଥାତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ପରାମର୍ଶଦାତା ଅଛନ୍ତି ଆନ୍ଥୋନି ଫସି । ସେ ମଧ୍ୟ ଆମେରିକାର ସ୍ୱାସ୍ଥ୍ୟ ଗବେଷଣା ସଂପର୍କିତ ସର୍ବୋଚ୍ଚ ସଂସ୍ଥା ଆମେରିକା ସେଂଟର ଫର ଡିଜିଜ କଂଟ୍ରୋଲର ମୁଖ୍ୟ । ଭାରତୀୟ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆନ୍ଥୋନି ଫସି କହିଛନ୍ତି ଯେ, କୌଣସି ସରକାର ଲକଡାଉନ କିମ୍ବା ସଟଡାଉନ ଚାହାଁନ୍ତି ନାହିଁ ।

ହେଲେ ଭାରତରେ ସଂକ୍ରମଣର ବ୍ୟାବପତାକୁ ଦେଖି ସଟଡାଉନ ହିଁ ଏକମାତ୍ର ବିକଳ୍ପ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ପ୍ରତିଦିନ ସଂକ୍ରମଣର ହାର ବଢିଚାଲିଥିବାରୁ ଏହି ଚେନକୁ ଭାଙ୍ଗିବା ପାଇଁ ଲୋକଙ୍କ ଚଳପ୍ରଚଳ ସଂପୂର୍ଣ୍ଣ ନିୟନ୍ତ୍ରିତ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି ।

Leave a comment

Your email address will not be published. Required fields are marked *