#Breaking News

ପନସପୁର ପଂଚାୟତ ରେ ଧାନ ମଣ୍ଡି ଶୁଭାରମ୍ଭ

ମାହାଙ୍ଗା( ଉଲାପ୍ର)ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତ ସ୍ଥିତ କୁସୁପୁର ପ୍ରାଥମିକ କୃଷି ସମବାୟ ସମିତି ର ଖରିଫ ଧାନ ସଂଗ୍ରହ ନିମନ୍ତେ ଧାନମଣ୍ଡି ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଣସପୁର ପଞ୍ଚାୟତ ର ସରପଞ୍ଚ ରଶ୍ମିତା ବେହେରା ପୂଜା କାର୍ଯ୍ୟ ସମାପନ ପରେ ନାରିକେଳ ଭାଙ୍ଗି ଏହି ଶୁଭାରମ୍ଭ କରିଥିଲେ। କୁସୁପୁର, ପଣସପୁର, ଓ ଲଳିତଗିରି ୩ ଗୋଟି ପଞ୍ଚାୟତ କୁ ନେଇ ଗଠିତ ଏହି କୁସୁପୁର ପ୍ରାଥମିକ କୃଷି ସମବାୟ ସମିତି ର ୫୮୭ ଜଣ ଚାଷୀ ଚଳିତ ଖରିଫ ଋତୁରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜିକରଣ କରିଥିବା କଥା ସମିତି ର ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ସୂଚନା ଦେଇଥିଲେ। ଏହି ଖରିଫ ଋତୁରେ ୩୦ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ର ଲକ୍ଷ୍ୟ ରଖାଯାଇଥିବା ସହ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଏହି କାର୍ଯ୍ୟ ସମାପନ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଉପସ୍ଥିତ ଚାଷୀ ମାନଙ୍କ ମଧ୍ୟରେ ସମିତି ର ପୂର୍ବତନ ସଭାପତି ଅକ୍ଷୟ କୁମାର ସେନାପତି, ଅମରେନ୍ଦ୍ର ସିଂହ, ଖଗେଶ୍ବର ପ୍ରଧାନ, ଅନିଲ କୁମାର ଭୂୟାଁ, ଭାବଗ୍ରାହୀ ସାମଲ, କାର୍ତ୍ତିକ ସାହୁ ପ୍ରମୁଖ ଉପସ୍ଥିତ ରହିବା ସହ ଓଡିଶା ର ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ବେଳେ ଜରି ଅଖା ଗ୍ରହଣ ହେଉଥିବା ବେଳେ କେବଳ କଟକ ଜିଲ୍ଲା ଯୋଗାଣ ବିଭାଗ ଧାନ ସହ ଝୋଟ ଅଖା ଦାବି କରିବା ଏକ ଦୁର୍ଭ ଗ୍ୟଜନକ ଘଟଣା ବୋଲି ମତବ୍ୟକ୍ତ କରିଥିଲେ। ଯଦି ବିଭାଗୀୟ ଅଧିକାରୀ ମିଲ ମାଲିକ ମାନଙ୍କୁ ସହାୟତା ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଚାଲୁ ରଖନ୍ତି ଆଗାମୀ ଦିନରେ ଏ ବିଷୟ ନେଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ।
ମାହାଙ୍ଗା ରୁ ଅମରେନ୍ଦ୍ର ସିଂହ ଙ୍କ ରିପୋର୍ଟ

Leave a comment

Your email address will not be published. Required fields are marked *