#Uncategorized

ଜିଲ୍ଲା ରେ ପଞ୍ଚାୟତ ସ୍ତରରେ କୋଭିଡ ଟୀକାକରଣ ଆରମ୍ଭ


ବରଗଡ଼(ଉଲାପ୍ର)ବରଗଡ ଜିଲ୍ଲା ରେ ଆଜି ପଞ୍ଚାୟତ ସ୍ତରୀୟ ବରିଷ୍ଠ ନଗରିକଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଉପାନ୍ତ ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଟୀକାକରଣ ଶୁଭାରମ୍ଭ ହୋଇଛି। ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସର ପଧାନ ଏବଂ ଭୁକ୍ତା ରୋଗୀ କଲ୍ୟାଣ ସମିତି ର ସଭ୍ୟ ସୋମନାଥ ବେହେରା ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏହି କେନ୍ଦ୍ର ରେ ଦିନ କୁ ଶହେ ଜଣ ବରିଷ୍ଠ ନାଗରିକ ଙ୍କୁ ଟୀକାକରଣ କରାଯିବ। ଏଥିରେ ୭ଟି ପଞ୍ଚାୟତ ଲଖନପୁର,କର୍ଲା,ଖୋଲ,ଉତ୍ତମ,ବୁଙ୍ଗାପାଲି ,ଡୁଙ୍ଗରୀ,ବାଞ୍ଜିପାଲିର ବରିଷ୍ଠ ନାଗରିକ ମାନେ ଉପକୃତ ହୋଇପାରିବେ।
ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଦାଶ, ଡାକ୍ତର ନମିତା ମିଶ୍ର, ନନ୍ଦିନୀ ସୁନା, ରୋହିତ ସାହୁ ,ଶରତ କୁମାର ସ୍ବାଇଁ, ସଂପ୍ରତା ପଧାନ, ଆଙ୍ଗନ ବାଡି ଓ ଆଶା କର୍ମୀମାନେ ଉପସ୍ଥିତ ଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *