#Breaking News

5T ରେ ସାମିଲ ହେଲା ଜୋରନ୍ଦା ମାଧବ ସାମନ୍ତ ସିଂଘାର ବିଦ୍ୟାପୀଠ

ଆଠଗଡ(ଉଲାପ୍ର)ଆଠଗଡ ବ୍ଲକ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ଯୋରନ୍ଦା ରେ ଦ୍ଵିତୀୟ ପର୍ଯ୍ୟାୟ 5T ବିଦ୍ୟାଳୟ ରୂପାନ୍ତରି କରଣ ର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ସାହୁ ଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରି ଏହି କାର୍ଯ୍ୟକ୍ରମ ପାଇଁ ୪୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି ଘୋଷଣା କରିଥିଲେ । ସରପଞ୍ଚ ଶ୍ରୀ ସୂର୍ଯ୍ୟକାନ୍ତ ସ୍ଵାଇଁ,ସମିତି ସଭ୍ୟ ଶ୍ରୀମତୀ ସୁକାନ୍ତି ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ପରିଚାଳନା ଓ ବିକାଶ କମିଟି ର ସଦସ୍ୟ ମାନେ,ବିଦ୍ୟାଳୟ ମୋ ସ୍କୁଲ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ। ଦଶମ ଶ୍ରଣୀ ଛାତ୍ର ସୁଭ୍ରାଜିତ୍ ଶ୍ରଦ୍ଧା ସୁମନ ଓ ଛାତ୍ରୀ ସୌମ୍ୟାଶ୍ରୀ ପଟନାୟକ 5T ବିଦ୍ୟାଳୟ ରୂପାନ୍ତରୀ କରଣ ବିଷୟରେ ନିଜର ମତ ରଖିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ମୁଖ୍ୟ ମନ୍ତ୍ରୀ , ଖାଦ୍ୟ ଯୋଗାଣ ମନ୍ତ୍ରୀ, 5T ସଚିବ,ଜିଲ୍ଲାପାଳ,ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ର ଭୂୟସୀ ପ୍ରଶଂସା କରିଥିଲେ। ଯୋରନ୍ଦା ପଞ୍ଚାୟତ ର ସମାଜ ସେବୀ ଶ୍ରୀ ଉଦୟ ନାଥ ନାୟକ,ହାଡିବନ୍ଧୁ ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ତ୍ରପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଆରତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ କାର୍ଯ୍ୟ କ୍ରମରେ ସହାୟତା କରିଥିଲେ ।

Leave a comment

Your email address will not be published. Required fields are marked *