#Uncategorized

ଆଜି ଓଡ଼ିଶାରେ ପହଞ୍ଚିବେ ରାଷ୍ଟ୍ରପତି, ବିମାନବନ୍ଦରରୁ ରାଜଭବନ ମଧ୍ୟରେ ସକାଳ ୯ଟାରେ କାରକେଡ ରିହରସାଲ


ଭୁବନେଶ୍ୱର,୨୦/୦୩: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ପହଞ୍ଚିବେ । ଅପରାହ୍ନ ୬ଟା ବେଳେ ରାଷ୍ଟ୍ରପତିଙ୍କ ବିମାନ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଅବତରଣ କରିବ । ସେଠାରୁ ରାଷ୍ଟ୍ରପତି ରାଜଭବନ ଯିବେ । ସେଠାରେ ରାତ୍ରୀଯାପନ ପରେ ପରଦିନ ତାଙ୍କର ରାଉରକେଲା ଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସକାଳ ୯ଟାବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ରାଜଭବନ କାରକେଡ ରିହରସାଲ କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a comment

Your email address will not be published. Required fields are marked *