#Uncategorized

ମାଡ଼ି ଆସୁଛି କୁହୁଡି ।

ମନୋରଞ୍ଜନ ମହାପାତ୍ର/ଲଲାଟେନ୍ଦୁ ସେନାପତି : ଥଣ୍ଡା ବଢିବା ସହିତ ସକାଳ ସମୟରେ କୁହୁଡି ର ପରିମାଣ ମଧ୍ୟ ବଢ଼ି ଚାଲିଛି ।ପୂର୍ବରୁ କୁହୁଡିର ପରିମାଣ ଯେତିକି ଥିଲା ବର୍ତ୍ତମାନ ତାହା ୧୦ ଗୁଣ ଅଧିକ ହେଉଥିବା ପ୍ରକାଶ କରିଛନ୍ତି ଜଳବାୟୁ ବିଶାରଦ । ଏହା ଆଗକୁ ଆହୁରି ଅଧିକ ହେବା ସହିତ ଦୃଶ୍ୟର ଦୂରତା ମାତ୍ର କେତେ ମିଟର ରହିବାର ସମ୍ଭାବନା ।ଏଭଳି ହେବାର ମୁଖ୍ୟ କାରଣ ହେଉଛି ଜଳବାୟୁ ପ୍ରଦୂଷଣ । କଟକ ନିକଟରେ ଜଗତପୁର, ଚୌଦ୍ଵାର ଏବଂ ଆଠଗଡ଼ ଅଞ୍ଚଳରେ ଗଢି ଉଠିଥିବା କଳ କାରଖାନା ଏବଂ ଭୁବନେଶ୍ୱର ର କଂକ୍ରିଟ ଜଙ୍ଗଲ ଏଥିପାଇଁ ଦାୟୀ ଥିବା ପ୍ରକାଶ କରିଛନ୍ତି ବିଶେଷଜ୍ଞ । ଏପରି ଅବସ୍ଥା ଲାଗି ରହିଲେ ଆଗାମୀ ଦିନରେ ଲୋକ ମାନଙ୍କୁ ନିଃଶ୍ୱାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇପାରେ । ଶରୀରରେ ଧଳା ଧଳା ଚିହ୍ନ ମଧ୍ୟ ଦେଖିବାକୁ ମିଳିବ । ସରକାର ପ୍ରଦୂଷଣ ଚେକିଂ କରି କମ୍ପାନୀ ଗୁଡ଼ିକୁ ଆଦେଶ ଦେଲେ ଏଭଳି ଅବସ୍ଥାରୁ ମୁକ୍ତି ମିଳିବ ।

Leave a comment

Your email address will not be published. Required fields are marked *